Skip to content

ଖଣ୍ଡପଡ଼ା ପାଇଁ ପ୍ରାଥୀ ବଦଳାଇଲା କଂଗ୍ରେସ, ବୈଜୟନ୍ତୀ ମାଳା ମହାନ୍ତି ଙ୍କ ନାମ ଘୋଷଣା, ବୈଜୟନ୍ତୀ କଲେ ନାମାଙ୍କନ ପତ୍ର ଦାଖଲ

ଖଣ୍ଡପଡ଼ା ବିଧାନସଭା ଆସନ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ପୂର୍ବ ରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ଙ୍କୁ ବଦଳାଇ ନିକଟରେ ଦଳ ରେ ଯୋଗ ଦେଇ ଥିବା ପୂର୍ବତନ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷା ବୈଜୟନ୍ତୀ ମାଳା ମହାନ୍ତି ଙ୍କ ନାମ ଘୋଷଣା କଲା ପରେ ବୈଜୟନ୍ତୀ ଜିଲ୍ଲା ପାଳଙ୍କ ଅଫିସ ରେକର୍ମୀ ମାନଙ୍କ ସାଥିରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ବିଜେଡି ଦଳ ରୁ ଇସ୍ତଫା ଦେଇ କଂଗ୍ରେସ ଦଳ ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଥିଲେ,, ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ ରେ ଜିଲ୍ଲା ପରିଷଦ ଅଧକ୍ଷା ଭାବେ ନିର୍ବାଚିତ ହୋଇଥିଲେ,ପୂର୍ବ ରୁ କଂଗ୍ରେସ ଦଳ ପ୍ରାଥୀ ରୂପେ ବାଛିଥିବା ମନୋଜ ନିଜର ଅନିଚ୍ଛା ସମ୍ପର୍କ ରେ ଦଳୀୟ ନେତୃ ବୃନ୍ଦ ଙ୍କୁ ଜଣାଇବା ପରେ ପିସିସି ର ଅନୁମୋଦନ କ୍ରମେ ଖଣ୍ଡ ପଡା ଆସନ ରେ ପ୍ରାଥୀ ବଦଳାଇ ବୈଜୟନ୍ତୀ ଙ୍କ ନାମ ଘୋଷଣା କରିଥିବା ଜଣା ଯାଇଛି,

ସୂଚନା ଯୋଗ୍ୟ ଯେ ଖଣ୍ଡପଡ଼ା ବ୍ଳକ ଅ ନ୍ତର୍ଗତ ରୟତ ଢୋଲମରା ଗ୍ରାମ ର ବାସିନ୍ଦା ବୈଜୟନ୍ତୀ ବିଜୁ ଜନତା ଦଳ ର ଜଣେ ସକ୍ରିୟ ମହିଳା ସଦସ୍ୟ ଭାବେ କାର୍ଯ୍ୟକରି ପ୍ରଥମେ 2012ରେ ସମିତିସଭ୍ୟଭାବେ ନିର୍ବାଚିତ ହୋଇ ଖଣ୍ଡ ପଡା ବ୍ଳକ ର ଉପାଧକ୍ଷା ପଦବୀ ହାସଲ କରିଥିଲେ, ପରେ 2017ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ 5ନମ୍ବର ଜୋନ ର ଜିଲାପରିଷଦ ସଭ୍ୟ ବିଜେଡି ରୁ ପ୍ରାର୍ଥୀଭାବେ ନିର୍ବାଚିତ ହୋଇ ନୟାଗଡ଼ ଜିଲାପରିଷଦ ର ଅଧକ୍ଷା ଆସନ ହାତେଇବାରେ ସକ୍ଷମ ହୋଇଥିଲେ, ଏପଟେ, ବିଜେଡି ଛାଡି କଂଗ୍ରେସଦଳ ରେ ଯୋଗ ଦାନ କରି ଖଣ୍ଡ ପଡା ଆସନ ରୁ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି,

Ad 1