ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ନୋଡାଲ ହାଇସ୍କୁଲ ଠାରେ ଆଜି 11ଘଟିକା ସମୟ ରେ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କଚତୁର୍ଦ୍ଧଶତମ ମାସିକ ବୈଠକ ଅନୁଷ୍ଠିତ ହୋଇଛି,ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ ଙ୍କ ତତ୍ତ୍ୱବଧାନ ରେ ବୈଠକ ଅନୁଷ୍ଠିତ ହୋଇଥିଲା, ଏବିଇଓ ରାଜେନ୍ଦ୍ର ଖଟେଇ ଉପସ୍ଥିତ ଥିଲେ, ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା, ଦିଲୀପ କୁମାର ନାୟକ ପ୍ରଧାନ ଶିକ୍ଷୟତ୍ରୀ ସଂଜୀବନି ସlମଲ ଓ ସସ୍ମିତା ମହାପାତ୍ର ପ୍ରମୁଖ ଆରପି ଭାବେ ଯୋଗ ଦେଇ ଥିଲେ, ବୈଠକ ରେ ପୂର୍ବ ବୈଠକର ବିବରଣୀ ଓ ସେ ସବୁ ର କାର୍ଯ୍ୟକାରିତା, ଉତ୍କର୍ଷ, ଓ ଆକାଂକ୍ଷା କାର୍ଯ୍ୟକ୍ରମ, ଖାନ ଏକାଡେମୀ ଗଣିତ, ଦକ୍ଷତା ବୃଦ୍ଧି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଆପାର ଆଇଡି, ଓ ୟୁଡାଇସ ପ୍ରାକ୍ତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ, ଏସଆଇ ଓସ ନାମଲେଖା, ମାଟ୍ରିକ ପରୀକ୍ଷା, ଆଦି ବିଭିର୍ନ ବିଷୟ ରେ ସବିଶେଷ ଆଲୋଚନା କରାଯାଇଥିଲା, ପ୍ରଧାନ ଶିକ୍ଷକ ମାନେ ବିଦ୍ୟାଳୟ ପରିଦର୍ଶନ କରିବାସହିତ ଛାତ୍ର ଛାତ୍ରୀ ମାନଙ୍କ ସହିତ ଶୈକ୍ଷିକ ବାର୍ତାଳାପ କରିଥିଲେ, ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ଦେଇ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ପରିଚାଳନା କମିଟି ସଭାପତି ପ୍ରଫୁଲ କୁମାର ବିଶ୍ୱାଳ ଯୋଗ ଦେଇ ଥିଲେ ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ