ଖେଳକୁଦ ପ୍ରତିଯୋଗୀତାକୁ ଆସିଥିବା ଅର୍ଥ ହରିଲୁଟ ଅଭିଯୋଗ, ଯୋଗ ଦେଲେନି ୨ ବିଦ୍ୟାଳୟ

ଛାତ୍ର ଛାତ୍ରୀ ମାନଙ୍କର କ୍ରିଡାର ବିକାଶ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ଗ୍ରାମାଞ୍ଚଳରେ ଥିବା କ୍ରିଡାବିତ ମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ କ୍ରିଡ଼ା ପ୍ରତିଯୋଗିତା କରାଯାଇ ସେମାନେ କିଭଳି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ପ୍ରଶଂସିତ ହୋଇପାରିବେ ସେ ନେଇ ଚେଷ୍ଟା କରାଯାଉଛି । କିନ୍ତୁ ଗଣିଆ ବ୍ଳକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗଣିଆ ବ୍ଳକରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ରିକେଟ, ଭଲିବଲ୍ ଏବଂ ଦୈାଡ କୁଦ ପ୍ରତିଯୋଗିତା ହେବା ପାଇଁ ନିର୍ଦ୍ଦେଶ ଥିବା ବେଳେ ନାରାୟଣପ୍ରସାଦ ଉଚ୍ଚ ବିଦ୍ୟାଳୟ ଏବଂ ବଡସିଲିଙ୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ନଥିଲେ । ଉକ୍ତ ବିଦ୍ୟାଳୟକୁ ଖଣ୍ଡେ ଚିଠି ପଠାଇ ଆୟୋଜକ କମିଟି ଚୁପ୍ ବସି ପଡ଼ିଥିଲେ । ସେମାନେ ନ ଆସିବାର କାରଣ ମଧ୍ୟ ବୁଝିନଥିଲେ । ଯାହା ଫଳରେ ୨ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜର କ୍ରିଡ଼ା ପ୍ରତିଭା ଦେଖାଇବାରେ ବିଫଳ ହୋଇଥିଲେ । ଏପରିକି କ୍ରିଡାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପଯୁକ୍ତ ଖାଦ୍ୟପେୟର ବନ୍ଦୋବସ୍ତ ହୋଇନଥିବା କିଛି ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତିି । ମଞ୍ଚରେ କେବଳ ଟେଣ୍ଟ କନା ଖଣ୍ଡିଏ ଟାଣି ଦେଇ କାମ ଚଳାଇ ନେଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଏପରିକି ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ କଲମ ଖଣ୍ଡିଏ ବି ପୁରସ୍କାର ଦିଆଯାଇନାହିଁ ଯାହାକି ଅତ୍ୟନ୍ତ ଲଜ୍ଜାର ବିଷୟ । ଏହି କ୍ରିଡ଼ା ପ୍ରତିଯୋଗିତା ପାଇଁ ୭୬ ହଜାର ଟଙ୍କା ଅନୁଦାନ ଆସିଥିବା କ୍ରିଡ଼ା ଶିକ୍ଷକ ବିକାଶ ରଞ୍ଜନ ମଲ୍ଲ ପ୍ରକାଶ କରିଥିବା ବେଳେ ଆବଶ୍ୟକୀୟ ଅର୍ଥ ହରିଲୁଟ ହେବା ନିଶ୍ଚିତ ବୋଲି ଜଣାପଡିଛି । କେବଳ ଅର୍ଥ ହଡପ କରିବାର ସୁଯୋଗ ନେଇ ତରବରିଆ ଭାବେ ଆୟୋଜନ କମିଟି ଏହି କ୍ରିଡ଼ା ଆୟୋଜନ କରିଥିବା ଅଭିଯୋଗ ହୋଇଛି । ତେବେ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

You might also like