ଓଡିଶା ଆଶାକର୍ମୀ,ଆସୋସିଏସନ, ସି ଆଇ ଟି ୟୁ ଖଣ୍ଡପଡ଼ା ବ୍ଳକ କମିଟିର ଆହ୍ଵାନ କ୍ରମେ ଆଜି ଆଶାକର୍ମୀ ମାନଙ୍କ ର ବିଭିନ୍ନ ସମସ୍ୟା ନେଇ ନୂଆ ଗଡ଼ିଆ ସାହି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଦିନତମାମ ଗଣ ଧାରଣା ରେ ବସି ରହିଛନ୍ତି। ମାସର ପ୍ରତି 10 ତାରିଖରେ ଆଶାକର୍ମୀ ଙ୍କ ପାଉଣା ପାଇବାକୁ ଥିଲାବଳେ ଆଜି ପର୍ଯ୍ୟନ୍ତ ଜାନୁୟାରି ଓ ଫେବ୍ରୁଆରି ମାସର ମାସିକ ପାଉଣା ପାଇ ନାହାନ୍ତି। ଫଳରେ ଆଶାକର୍ମୀଙ୍କ ପରିବାର ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ସାଥୀ ରୂପମଞରୀ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଗଣଧାରଣା ସଭାରେ ବକ୍ତା ମାନେ ବକ୍ତବ୍ଯ ଦେଇ ଥିଲେ। ଜାନୁୟାରୀ ଓ ଫେବ୍ରୁୟାରୀ ମାସର ମାସିକ ପାଉଣା, 2023 ଅକ୍ଟୋବର ମାସରୁ 2024 ମାର୍ଚ ପର୍ଯ୍ୟନ୍ତ ବର୍ଦ୍ଧିତ 2500 ଟଙ୍କା 6 ମାସର ପାଉଣା ଦିଅ ,ମାସିକ ପାଉଣା ର ସବିଶେଷ ତଥ୍ଯ ଆଶାକର୍ମୀ ଙ୍କୁ ଦେବାକୁ ଦାବୀ କରିଥିଲେ।

ଏକ ପ୍ରତିନିଧିଦଳ ସ୍ଵାସ୍ଥ୍ୟ ଅଧିକାରୀ ଙ୍କୁ ଭେଟି ଦାବୀପତ୍ର ଦେଇ ଦାବୀ ପୂରଣ ପାଇଁ ଅଡି ବସିଥିଲେ। ଜିଲ୍ଲା ପ୍ରଶାସନ ସହ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଅଭିସାର ପଣ୍ଡା ସଂଯୋଜନା କରି ବର୍ତ୍ତମାନ ସରକାରଙ୍କ ବର୍ଦ୍ଧିତ 6 ମାସର 15000 ଟଙ୍କା ଆସନ୍ତା ତିନି ଦିନ ମଧ୍ୟରେ ଦେବାର ଦୃଢ଼ ପ୍ରତିଶ୍ରୁତି ଦେବା ସହ ସମସ୍ତ ମାସିକ ପାଉଣା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଦେବାକୁ ପ୍ରତିଶ୍ରୁତି ଦେବାରେ ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।
ଏହି ଆନ୍ଦୋଳନ ରେ ସଙ୍ଗଠନ ର ରାଜ୍ଯ ଉପ ସଭାପତି ସୁରେଶ ସ୍ଵାଇଁ, ଜିଲ୍ଲା ନେତା ଚାପ ଧାରୀ ରାଉତ,ସଂଯୁକ୍ତା ସେଠୀ, ବ୍ଳକ ସଭାପତି ରୂପ ମଞ୍ଜୁରୀ ସାହୁ, ବାସନ୍ତୀ ବେହେରା, ସନ୍ତୋଷିନି ସାହୁ, ରୀତା ସାହୁ, ପ୍ରତିମା ନାହାକ,ଶାନ୍ତିଲତା ବେହେରା, ପ୍ରଭାସିନୀ ଦେଇ ପ୍ରମ୍ମୁଖ ବକ୍ତବ୍ୟ ରଖିବା ସହ ନେତୃତ୍ୱ ନେଇଥିଲେ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ