ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ଶ୍ରୀରାମ ମନ୍ଦିର ପରିସରରେ ଲଙ୍କାପୋଡ଼ି ଯାତ୍ରା ଓ ଗଣିଆ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ଲଙ୍କାପୋଡ଼ି ଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ୮ଗୋଟି ପଂଚାୟତର ସରପଂଚ ଓ ସମିତସଭ୍ୟ ଓ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ମହାବୀର ବଣିକ ସଂଘର ସଭାପତି ଦାଶରଥି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶ, ମହାବୀର ମୋଟର ଆସୋସିଏସନର ସଭାପତି ରମାକାନ୍ତ ରାଉତ, ସମ୍ପାଦକ ପ୍ରକାଶ କୁମାର ସାହୁ, ଅଟୋ ଆସୋସିଏସନର ଶେଷଦେବ ବେହେରା ସମ୍ପାଦକ ସୁଶାନ୍ତ କୁମାର ବେହେରା, ସାମ୍ବାଦିକ ସଂଘର ସମ୍ପାଦକ କମଳ ଲୋଚନ ଦଳେଇ, ଆଂଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ରଘୁନାଥ ଜୀଉ ମନ୍ଦିର କମିଟିର ସମ୍ପାଦକ ଉଦ୍ୟନାଥ ସାହୁ, ମନ୍ଦିର ଟ୍ରଷ୍ଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରାଙ୍କ ସମେତ ଲଙ୍କାପୋଡ଼ି ଯାତ୍ରା କମିଟିର ସମସ୍ତ କମକର୍ତ୍ତା ଉପସ୍ଥିତ ଥିଲେ । ନୂତନ ସଭାପତି ଉପସ୍ଥିତ ଥିବା ସମସ୍ତଙ୍କୁ ସର୍ବପ୍ରଥମେ ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ । ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଗଣିଆ ଲଙ୍କାପୋଡ଼ି ଯା୍ତ୍ରା ଚଳିତ ବର୍ଷ ୫୩ ବର୍ଷରେ ପଦାର୍ପଣ କରିଥିବାରୁ ଗଣିଆ ଗ୍ରାମବାସୀଙ୍କ ତରଫରୁ ବଡ଼ ଧୁମଧାମରେ ପାଳନ କରିବା ପାଇଁ ସର୍ବ ସମ୍ମତିକ୍ରମେ ସଭାରେ ନିଷ୍ପତି ନିଆଯାଇଥିଲା । ତେବେ ଆସନ୍ତା ଏପ୍ରିଲ ୬ ତାରିଖରେ ଶ୍ରୀରାମ ନବମୀ ପଡ଼ୁଥିବାରୁ ସେହିଦିନଠାରୁ ୨୩ଦିନ ଧରି ରାମ ନାଟକ ପରିବେଷଣ କରାଯାଇ ରାବଣବଧ ଓ ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେବ । ଏପ୍ରିଲ ମାସ ୨୯ ତାରିଖରେ ଓଡ଼ିଶା ପ୍ରସିଦ୍ଧ ରାବଣ ପୋଡ଼ି ଉତ୍ସବ ବା ମୁଖ୍ୟ ଲଙ୍କାପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ୩୦ତାରିଖରେ ଶ୍ରୀରାମ ଅଭିଷେକ ହେବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମେଲୋଡ଼ି ଅନୁଷ୍ଠିତ ହେବ । ୧ ତାରିଖରୁ ୩ତାରିଖ ପର୍ଯ୍ୟନ୍ତ ପ୍ରଥମଥର ପାଇଁ ଗଣିଆରେ ଗଣିଆ ମହୋତ୍ସବ ହେବାପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଦଳବଳ ନିର୍ବିଶେଷରେ ସର୍ବସମ୍ମତିକ୍ରମେ ଗଣିଆରେ ଆଂଚଳିକସ୍ତରୀୟ ମହୋତ୍ସବ ହେବାପାଇଁ ନିଷ୍ପତି ନିଆଯାଇଥିଲା । ଏହି ଗଣିଆ ମହୋତ୍ସବକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଥିଲା । ଏଥିପାଇଁ ଏକ ୧୪ଜଣିଆ କମିଟି ଗଠନ କରାଯାଇଛି । ସାଂସଦ ଓ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ୧୪ଜଣିଆ କମିଟି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ନୂତନ ସଭାପତି ଲଙ୍କାପୋଡ଼ି ଯାତ୍ରା ଓ ଗଣିଆ ମହୋତ୍ସବକୁ ଧୁମଧାମରେ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଗଣିଆରେ ଲଙ୍କାପୋଡ଼ି ଯାତ୍ରା ଓ ନୂତନ କରି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
