ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ।

ନୟାଗଡ଼ ଜିଲ୍ଲା ଗଣିଆ ଗୋଷ୍ଠୀ ଉନ୍ନୟନ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅପରାହ୍ନ 2ଘଟିକା ସମୟ ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ‌ । ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ଡାକ୍ତର ସୁଶ୍ରୀ ପ୍ରଭାତୀ ପ୍ରିୟଦର୍ଶିନୀ,ବିପିଏମ ଜ୍ଞାନରଞ୍ଜନ ମିଶ୍ର,ଜନସମ୍ପ୍ରସାରଣ ଅଧିକାରୀଣୀ କମଳା ମହାରଣାଙ୍କ ସମେତ ରୋଗୀ କଲ୍ୟାଣ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨ ଜଣ ଡାକ୍ତର ରହିବା ଆବଶ୍ୟକ ଥିବା ବେଳେ ମାତ୍ର ୬ ଜଣ ଅଛନ୍ତି ଏବଂ ୧୬ ଜଣ ଡାକ୍ତର ପଦବୀ ଖାଲି ରହିଛି । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଉପସ୍ଥିତ ସଦସ୍ୟ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ଡାକ୍ତର ନିଯୁକ୍ତି ଦିଆ ନଗଲେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟେକ ମାସର ଶେଷ ଗୁରବାର ସ୍ବାସ୍ଥ୍ୟ ଶିବିର ହେଉଥିବା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରକାଶ କରିଥିଲେ । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିଦାନ ଗୃହ ସମ୍ମୁଖରେ ଆଜବେଷ୍ଟସ ସେଡ୍ ନିର୍ମାଣ କରିବା,କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ, ଜନସାଧାରଣଙ୍କ ପାଇଁ ଖୋଲା ଜିମ୍ ନିର୍ମାଣ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗୋଷ୍ଠୀ ପରିଶ୍ରାଗାର ନିର୍ମାଣ, ଡାକ୍ତର ଏବଂ କର୍ମଚାରୀ ମାନଙ୍କ ପାଇଁ କ୍ବାର୍ଟର ନିର୍ମାଣ,ବୋରଓ୍ବେଲ ନିର୍ମାଣ ଆଦି କାର୍ଯ୍ୟ କରିବା ପାଇଁ ଆଲୋଚନା କରାଯାଇଥିଲା

You might also like