ଗଣିଆ ଥାନାରେ ଦଶହରା ପୂଜା କମିଟି ମାନଙ୍କୁ ନେଇ ଶାନ୍ତିପୂର୍ଣ୍ଣ ବୈଠକ ।

ନୟାଗଡ଼ ଜିଲ୍ଲା ଗଣିଆ ଥାନା ପରିସରରେ ଶନିବାର ଅପରାହ୍ନ 5 ଘଣ୍ଟିକା ସମୟରେ ଦଶହରାର ବିଭିନ୍ନ ପୂଜା କମିଟି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା , ଏସ ଆଇ ମିହିର ରଞ୍ଜନ ମିଶ୍ର , ଏ ଏସ ଆଇ ମନୋରଞ୍ଜନ ପ୍ରଧାନ , ଗଣିଆ ବଜାର କମିଟି ଉପସଭାପତି କୁଳମଣି ସାହୁ , ସଂପାଦକ ପ୍ରଭାତ କୁମାର ଦାସଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଶାନ୍ତି ଶୃଙ୍ଖଳାର ସହିତ ପୂଜା ସମାପନ କରିବାକୁ ଥାନା ଅଧିକାରୀ ସମସ୍ତଙ୍କୁ ଜଣାଇଥିଲେ । କାହାଠାରୁ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ ନ କରିବା , ସର୍ବସାଧାରଣ ସ୍ଥାନକୁ ଅବରୋଧ ନ କରିବା , ଡି ଜେ କୁ ସଂପୂର୍ଣ୍ଣ ରୂପେ ବ୍ୟାନ କରିବା ଓ ଗଣ୍ଡଗୋଳ ନ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପୂଜା ମଣ୍ଡପରେ ଭସାଣି ଯାତ୍ରା ଆସନ୍ତା 14 ତାରିଖରେ ହେବାକୁ ଥିବାବେଳେ , ଶାନ୍ତି ଶୃଙ୍ଖଳାର ସହିତ ଭସାଣି ଯାତ୍ରା କରିବା ପାଇଁ ଥାନା ଅଧିକାରୀ ଶ୍ରୀଯୁକ୍ତ ଦଣ୍ଡସେନାସମସ୍ତଙ୍କୁ ପରାମର୍ଶ ଦେଇ ଥିଲେ

You might also like