ଗଣିଆ ବଜାର ପରିସର ରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତିନେଇ ବୈଠକଅନୁଷ୍ଠିତ,

ନୟାଗଡ଼ ଜିଲ୍ଲା ଗଣିଆ ବଜାର ପରିସରରେ 12ଟା 30ଘଟିକା ସମୟ ରେ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, ଏହି ବୈଠକ ରେ ବଜାର କମିଟି ର ସ୍ଥାୟୀ ସଭାପତି ଦାସରଥି ସାହୁ, ଉପସଭାପତି କୁଲମଣୀ ସାହୁ, ସମ୍ପାଦକ ପ୍ରଭାତ କୁମାର ଦାସ, ଚିତ୍ତରଞ୍ଜନ ସାହୁ, ଜଗନ୍ନାଥ ଦାସ, ପ୍ରଦୀପ କୁମାର ମହାପାତ୍ର, ପ୍ରକାଶ କୁମାର ସାହୁ, ଅଟଳ ବିହାରୀ ରାଉତ, ସନ୍ତୋଷ କୁମାର ବେହେରା ଙ୍କ ସମେତ ପ୍ରାୟ 100ରୁ ଅଧିକ ବ୍ୟବସାୟୀ ଉପସ୍ଥିତ ଥିଲେ,

ଦୁର୍ଗା ପୂଜା ପାଇଁ ବିଭିର୍ନ କମିଟି ଗଠନ କରାଯାଇ ସେମାନଂକୁ ଦାୟିତ୍ୱ ପ୍ରଦାନ କରା ଯାଇଥିଲା, ସଭାପତି ସମସ୍ତ ଙ୍କୁ ଅନୁରୋଧ କରିଥିଲେ ଯେପରି ଶାନ୍ତି ଶୃଙ୍ଖଳା ର ସହିତ ପୂଜା ସମ୍ପାଦନ ହେବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ଗଣିଆ ରେ ପିଠେ ଦଶହରା ହେଉ ଥିବାରୁ ସପ୍ତମୀ ଠାରୁ ପୂଜା ଅର୍ଚନା ଆରମ୍ଭ ହେବା ସହିତ ଦୁଇଦିନ ଧରି ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବା ପାଇଁ ସ୍ଥିରୀକୃତ ହୋଇଥିବା ଜଣା ପଡିଛି, ଭଷାଣୀ ଉତ୍ସବ ଧୂମଧାମ ରେ ପାଳନ କରିବାକୁ ସର୍ବ ସଂମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା, ନିର୍ଦିଷ୍ଟ ସମୟ ପୂର୍ବ ରୁ ବ୍ୟବସାୟୀ ମାନେ ସେମାନଙ୍କ ସହାୟତା ରାଶି ପଇଠ କରିବାକୁସଭାରେ ଆଲୋଚନାକରାଯାଇଥିବା ସୂଚନା ମିଳିଛି

You might also like