ଗଣିଆ ବ୍ଲକ ରେ ଘରେ ଘରେ ସୁଭଦ୍ରା ଯୋଜନା ପଦଯାତ୍ରା ରେ ସାମିଲ ହେଲେ ଶତାଧିକ ମହିଳା ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପ୍ରଶାସନ ତରଫରୁ ୮ ଘଣ୍ଟିକl ସମୟେ ସୁଭଦ୍ରା ଯୋଜନାର ସଫଳ ରୁପାୟନ ପାଇଁ ଲୋକାଭିମୁଖୀ କାର୍ଯ୍ୟ କ୍ରମ କରାଯାଇଥିଲା lଏହି ଯୋଜନା ଗଣିଆ, କିଶୋର ପ୍ରାସାଦ, କରଡା ପଡ଼l , ଆଡକଟl , ବେଲପଡl ପାଟଣା, ରାସଙ୍ଗ, ଛାମୁଣ୍ଡିଆ ଓ ବଡସିଲିଙ୍ଗl ପଂଚାୟତ ରେ ମହିଳାମାନେ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିଥିଲେ । ସେଠାରେ ଓଡ଼ିଶା ଜୀବିକା ମିଶନ ସଂଯୋଜକ ଅମ୍ବିକା ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ l ଗଣିଆ ବ୍ଳକସ୍ତରୀୟ କାର୍ଯ୍ୟକ୍ରମ ରେ ପ୍ରାୟ ୩୦୦ରୁ ଅଧିକ ମହିଳା ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ମହିଳା ମାନେ ବ୍ଳକ ପରିସରରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଗଣିଆ ବସଷ୍ଟlଣ୍ଡ୍ ପର୍ଯ୍ୟନ୍ତ ଯାଇଥିଲେ l ଏହା ପରେ ବ୍ଳକ ର ସଦଭାବନା ଗୃହରେଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସାଂସଦଙ୍କ ପ୍ରତିନିଧି ଶରତ କୁମାର କର,ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା,ସିଡିପିଓ ଉଷାରାଣୀ ସାହୁ, ସୁପରଭାଇଜର ଟୁନି ଦାଶ,ବିପିସି ପ୍ରମୋଦ କୁମାର ବେହେରା,ବିପିଏମ କାଦମ୍ବିନୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଗଣିଆ ବ୍ଲକ ର ସମସ୍ତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ହେବାପାଇଁ ବି ଡି ଓ ବେବିତା ମଞ୍ଜରୀ ନାୟକ ପରାମର୍ଶ ଦେଇଥିଲେ l ଆବେଦନ ର ନିର୍ଦ୍ଧାରିତ ସମୟ ସୀମା ରଖାଯାଇ ନାହିଁ l ଯୋଗ୍ୟ ବିବେଚିତ ହିତାଧିକାରୀ କେହି ବି ବାଦ୍ ପଡିବେନି ବୋଲି ପ୍ରକାଶ କରିଥିଲେ l ମିଶନ ଶକ୍ତିର କର୍ମକର୍ତ୍ତାମାନେ ଏଥିପାଇଁ ଗାଁ ଗାଁରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଜନସଚେତନ କରାଇଥିଲେ । ପରିଶେଷରେ ସମସ୍ତ ମହିଳା ମାନେ ଦସ୍ତଖତ ଅଭିଯାନ ରେ ସାମିଲ୍ ହୋଇଥିଲେ । ମହିଳା ମାନଙ୍କୁ ସଶକ୍ତିକରଣ କରିବାକୁ ସରକାରଙ୍କର ଏହା ଏକ ଲୋକାଭିମୁଖୀ ଯୋଜନା ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।

You might also like