ଗଣିଆ ବ୍ଲକ ରେ ବିଭିନ୍ନ ସ୍ଥାନରେ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ର ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କ ସମ୍ମାନାର୍ଥେ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଗଣିଆ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଙ୍କ ତତ୍ତ୍ଵାବଧାନରେ ବ୍ଲକ୍ ଅଫିସ୍ ସମ୍ମୁଖରେ ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଦେଇ ଗଣିଆ ବଜାର ପରିକ୍ରମା କରି ଗଣିଆ ଗାନ୍ଧୀ ଛକ ନିକଟରେ ଅବସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ ।

ଏହା ପରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ରୋଗୀ ମାନଙ୍କୁ ଆଶ୍ୱାସନା ଦେଇ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଙ୍କ ସମେତ ସମାଜସେବୀ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ନରେଶ ବେହେରା, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ବେଲପଡା ପାଟଣା ସରପଞ୍ଚ ସୁକାନ୍ତ ଗଣ୍ଠିଆ, କିଶୋର ପ୍ରସାଦ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ବେହେରା , ଗଣିଆ ସମିତି ସଭ୍ୟ ଶ୍ରୀ ଫକିର ମୋହନ ଡାକୁଆ, ସମାଜ ସେବୀ ପ୍ରଫୁଲ୍ଲ କୁମାର ବେହେରା, ପ୍ରଫୁଲ୍ଲ କୁମାର ମହାଳିକ, ଦଣ୍ତଧର ଦାସ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ଓ ଲୋକ ପ୍ରତିନିଧିମାନେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କିପରି ଭାରତ ମାତାର ରକ୍ଷାକରିବା ଉପଦେଶ ପ୍ରଦାନ କରିଥିଲେ

You might also like