ଗଣିଆ ରାମ ମନ୍ଦିର ପରିସରରେ ଗଣିଆ ଲଙ୍କାପୋଡ଼ି ଯାତ୍ରା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଲଙ୍କାପୋଡ଼ି ଯାତ୍ରା କମିଟିର ସମସ୍ତ ସଭ୍ୟ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟ, ଶ୍ରୀରାମଦୟା ପରିଷଦର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଗଣିଆ ଲଙ୍କାପୋଡ଼ି ଯା୍ତ୍ରା ଚଳିତ ବର୍ଷ ୫୨ ବର୍ଷରେ ପଦାର୍ପଣ କରିଥବବାରୁ ଗଣିଆ ଗ୍ରାମବାସୀଙ୍କ ତରଫରୁ ବଡ଼ ଧୁମଧାମରେ ପାଳନ କରିବା ପାଇଁ ସର୍ବ ସମ୍ମତିକ୍ରମେ ସଭାରେ ନିଷ୍ପତି ନିଆଯାଇଥିଲା । ତେବେ ଆସନ୍ତା ଏପ୍ରିଲ ୧୭ ତାରିଖରେ ଶ୍ରୀରାମ ନବମୀ ପଡ଼ୁଥିବାରୁ ସେହିଦିନଠାରୁ ୨୧ଦିନ ଧରି ରାମ ନାଟକ ପରିବେଷଣ କରାଯାଇ ରାବଣବଧ ଓ ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେବ । ମେ ମାସ ୭ ତାରିଖରେ ଓଡ଼ିଶା ପ୍ରସିଦ୍ଧ ରାବଣ ପୋଡ଼ି ଉତ୍ସବ ବା ମୁଖ୍ୟ ଲଙ୍କାପୋଡ଼ି ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ମେ ମାସ ୮ରୁ୧୧ତାରିଖ ୪ଦିନ ଧରି ଅପେରା ଇନ୍ଦ୍ରଭୁବନ ପଡ଼ିବାର ସ୍ଥିର କରାଯାଇଥିଲା । ତେବେ ମଙ୍ଗଳବାର ଆଖଡ଼ା ପୂଜା ହେବାପାଇଁ ସ୍ତିର କରାଯାଇଥିବାବେଳେ ପୁରାତନ ଓ ନୂତନ କଳାକାରମାନଙ୍କୁ ନେଇ ଆଖଡ଼ା ଚାଲିବ ବୋଲି ନିଷ୍ପତି ନିଆଯାଇଥିଲା । ଆସନ୍ତା ସପ୍ତାହରେ ହେବାକୁ ଥିବା ଚୁଡ଼ାନ୍ତ ବୈଠକରେ ଲଙ୍କାପୋଡ଼ି ଯାତ୍ରାର କାର୍ଯ୍ରସୂଚୀ ସ୍ଥିରକରାଯିବ ବୋଲି ଜଣାପଡ଼ିଛି ।
ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ସଭାପତି ଖଗେଶ୍ୱର ବେହେରା, ସଂପାଦକ ସରୋଜ କୁମାର ଦାଶ, ଯାତ୍ରା କମିଟି ସଭାପତି ବ୍ରଜମୋହନ ମିଶ୍ର, ସଂପାଦକ ଅଜୟ କୁମାର ଲେଙ୍କା, କୋଷାଧ୍ୟକ୍ଷ ପ୍ରଶନ୍ନ କୁମାର ସାହୁ, ସଂପାଦକ, ଆନନ୍ଦ ଚନ୍ଦ୍ର ବେହେରା, ପ୍ରଭାତ କୁମାର ଦାଶ, ସନ୍ତୋଷ କୁମାର ବେହେରା, ଉଦ୍ୟନାଥ ସାହୁ, ଫକୀର ମୋହନ ଡାକୁଆ, ଅଶୋକ କୁମାର ବେହେରା, ସିପୁ ବେହେରା, ଜିତେନ୍ଦ୍ର ବେହେରା, ପ୍ରକାଶ କୁମାର ସାହୁ, ସୁଶାନ୍ତ କୁମାର ବେହେରା ଅଟଳ ରାଉତ, ଚିତରଂଜନ ସାହୁ, ମହେଶ୍ୱର ବେହେରା, ସନ୍ତୋଷ କୁମାର ନାୟକଙ୍କ ସମେତ ବହୁ ରାମପ୍ରେମୀ ଯୋଗଦେଈ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ