ଗଣିଆ ରେ ଗଞ୍ଜେଇ ଜବତ,୨ ଜଣଙ୍କୁ କୋର୍ଟ ଚାଲାଣ

ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁକ୍ତ ବିମଳ କୁମାର ବାରିକ ଆଜି ଗଣିଆ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ ବିଷୟରେ ଜଣାଇଛନ୍ତି ।
ଘଟଣାରୁ ପ୍ରକାଶ ଯେ ଗତ ୧୮ ତାରିଖ ଦିନ ୧୧ ଟା ସମୟରେ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ବିଶ୍ଵସ୍ତ ସୁତ୍ରରୁ ଖବର ପାଇଲେ OD 02BB4535 ବୋଲେରୋ ଗାଡ଼ିରେ କନ୍ଧମାଳ ଜିଲ୍ଲାରୁ ଗଣିଆ ଦେଇ କଟକ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ।ଖବର ପାଇ ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା,ଏସ୍  ଆଇ ବିରେନ୍ଦ୍ର ଦେହୁରୀ,ଓ ଥାନା ର ଅନ୍ୟାନ୍ୟ କର୍ମଚାରୀ ମାନେ କରଡାପଡା ନିକଟସ୍ଥ ଘାଗଡା ନାଳ ଠାରେ ଛକି ବସିଥିଲେ ।

ବୋଲେରୋ ଗାଡ଼ିକୁ ଅଟକାଇ ତଲାସୀ ନେବାରେ ୨୧ କେଜି ଗଂଜେଇ ଜବତ୍ କରାଯାଇଥିଲା ।ନିମନ୍ତ ମଲ୍ଲିକ ପି- ଗଦା ମଲ୍ଲିକ ବ- ୧୯ ଓ ଆଉଜଣେ ନାବାଳକ ସହିତ ବୋଲେରୋ ଓ ଗଞ୍ଜେଇ ଜବତ୍ କରି ଗଣିଆ ଥାନା କୁ ଆଣିଥିଲେ । ଆଜି କେସ ନଂ ୪୪ /୧୮-୦୩-୨୦୨୪ ରେ ନିମନ୍ତ କୁ ଦଶପଲ୍ଲା କୋର୍ଟକୁ ଓ ନାବାଳକ କୁ ଜୁଭେନାଇଲ କୋର୍ଟ କୁ ଚାଲାଣ କରାଯାଉଛି।
ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀଯୁକ୍ତ ବାରିକ ଙ୍କ ସହ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା,ଏସ ଆଇ ବିରେନ୍ଦ୍ର ଦେହୁରୀ ଓ ଅନ୍ୟ କର୍ମଚାରୀ ମାନେ ଯୋଗଦେଇ ଥିଲେ।

You might also like