ଗଣିଆ ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

ଆଜି ପୂର୍ବାହ୍ନ ଏଗାରଟାରେ ଗଣିଆ ବ୍ଲକର ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସାହୁ ଅଧ୍ୟକ୍ଷତା କରିଥିଲେ।ଉକ୍ତ ଶିବିର ରେ ପ୍ରକଳ୍ପ ଉନ୍ନୟନ ଅଧିକାରୀ ସୁଚାରୁ ବଳ, ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା, ଏସ ଡି ପି ଓ ଖଣ୍ଡପଡ଼ା ବିମଳ କୁମାର ବାରିକ, ତହସିଲଦାର ସୁଶ୍ରୀ ପ୍ରୀତିବାଳା ରଣା ଯୋଗଦାନ କରିଥିଲେ। ଶିବିର ରେ ମୋଟ ୮୩ ଗୋଟି ଅଭିଯୋଗ ଶୁଣାଣୀ କରାଯାଇଥିଲା।

ସେଥି ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ, ୩ଗୋଟି ସାମୁହିକ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ନିମନ୍ତେ ୫୧ ଗୋଟି ଅଭିଯୋଗ ଆସିଥିଲା। ଉକ୍ତ ଶିବିର ରେ ୬୦ ଗୋଟି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରାଯାଇ ଥିଲା ।

You might also like