ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି, ଗଣିଆ ପଞ୍ଚାୟତ ସମିତି ଗୃହ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଉପସ୍ଥିତ ରହିଥିଲେ, ଏଥି ସହିତ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଚାରୁକୁମାର ବଳ ପ୍ରମୁଖ ଉପସ୍ଥିତ ରହିଥିଲେ, ଜନ ଶୁଣାଣି ଶିବିର ରେ 14ଗୋଟି ଅଭିଯୋଗ ଆସି ଥିଲା, ସେଥି ମଧ୍ୟ ରୁ 10ଗୋଟି ବ୍ୟକ୍ତି ଗତ ମାମଲା ରହିଥିବା ବେଳେ ଗୋଟିଏ ଗ୍ରାମ୍ୟ ବିଭାଗ ରହିଥିଲା,
ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ରୁ 3ଜଣକୁ ସହଯୋଗ କରାଯାଇଥିଲା, ଏହି ମାମଲା ମଧ୍ୟ ରୁ 3ଗୋଟି ମାମଲା କୁ ତୁରନ୍ତ ସମାଧାନ କରାଯାଇଥିଲା, ଏହି ଜନ ଶୁଣାଣି ଶିବିର ରେ ଗଣିଆ ବିଡ଼ିଓ ଙ୍କ ସମେତ ବିଭିର୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ