Skip to content

ଗଣିଆ ରେ ରଥ ଯାତ୍ରା ଧୁମ ଧାମ ରେ ପାଳିତ

ସୂଚନା ଅନୁସାରେ ଗଣିଆ ବ୍ଲକ ରେ ବିଭିର୍ନ ସ୍ଥାନ ରେ ରଥ ଯାତ୍ରା ଧୁମ ଧାମ ରେ ଆଜି 10ଘଟିକା ସମୟ ରେ ପାଳିତ ହୋଇଛି, ଗଣିଆ ବ୍ଲକ ରେ ବେଠିଆ ସାହି, ଜଗନ୍ନାଥ ପ୍ରସାଦ, ବେଲପଡା ପାଟଣା ମନ୍ଦିର ର ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା, ସମସ୍ତ ମନ୍ଦିର ରର ନିର୍ଦ୍ଧାରିତ ସମୟ ରେ ରଥ ଟଣା କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା, ତେବେ ଚତୁର୍ଦ୍ଧା ମୂର୍ତ୍ତି କୁ ପହଣ୍ଡି କରି ରଥା ରୁଢ଼ କରା ଯାଇଥିଲା, ରାଜାଙ୍କ ପ୍ରତିନିଧି ଭାବେ ସଭାପତି ଗୁରୁଚରଣ ଦାସ ଙ୍କୁ ଖୋଳ ଓ ସଂକୀର୍ତନ ଆଣିବା ପରେ ସେ ରଥ ଉପର ଛେରା ପହଁରା କରିଥିଲେ, ଠାକୁର ଙ୍କ ପୂଜା ଓ ନୀତି ଅନୁଯାୟୀ କାର୍ଯ୍ୟକ୍ରମ ସାରିବା ପରେ ରଥ ଟଣା କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା, ପରେ ପରେ ରଥ ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଗୁଣ୍ଡିଚା ମନ୍ଦିର ରେ ପହଂଚି ଥିଲା, ସେଠାରେ ତିନି ଠାକୁର ଙ୍କୁ ପହଂଡି କରି ମନ୍ଦିର ଭିତରକୁ ନିଆ ଯାଇଥିଲା, ପ୍ରବଳ ଜନ ସମାଗମ କୁ ଦୃଷ୍ଟି ରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା, ତେବେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡ ସେନା, ଏସ ଆଇ ଶ୍ୟାମ ସୁନ୍ଦର ପ୍ରଧାନ, ଏଏସ ଆଇ ମନୋରଞ୍ଜନ ପ୍ରଧାନ ରଥ ଟଣା ସମୟ ରେ ଉପସ୍ଥିତ ଥିଲେ

Ad 1