ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକର ସଭାଗୃହ ରେ ଓଡିଶା ସରକାର ଙ୍କ ତରଫ ରୁ ଶ୍ରବଣ ବାଧିତ ମାନଙ୍କୁ ମାଗଣାରେ ଉପକରଣ ବଣ୍ଟନ କରାଯାଇଅଛି । ବ୍ଲକର ୮ ଗୋଟି ପଞ୍ଚାୟତ ର ଭୀମଭୋଇ ସାମର୍ଥ୍ୟ ଶିବିରରେ ପଞ୍ଜିକୃତ ହୋଇଥିବା ଶ୍ରବଣ ବାଧିତ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ବିଷୟ ରେ ପୂର୍ବରୁ ଜଣାଇ ଦିଆଯାଇଥିଲା ।
ସେଥିମଧ୍ୟରୁ ୧୦୦ଜଣ ଆଜିର ଶିବିରରେ ଯୋଗ ଦେଇଥିଲେ । ସେମାନଙ୍କୁ ପୁନର୍ବାର ପରୀକ୍ଷା କରାଯାଇ ମାଗଣାରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଆଜିର ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ବିଡ଼ିଓ ଡଃ ବେବିତାମଞରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା
ଅଧିକାରୀ ଆଦିପତି କହଁର ପ୍ରମୁଖ ଉପସ୍ଥିତ ଥିଲେ ।