ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ 10 ଘଟିକା ସମୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ସଭାପତି ମାନନୀୟ ଶ୍ରୀଯୁକ୍ତ ଗିରିଶ କୁମାର ମିଶ୍ର ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ବାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏବଂ କ୍ରୀଡ଼ା ର ଉପକାରିତା ବିଷୟରେ ନିଜର ବକ୍ତବ୍ୟ ରଖିବା ସହ ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କରିଥିଲେ । ସମସ୍ତ ପ୍ରକାର କ୍ରୀଡା ଶାରୀରିକ , ମାନସିକ ଦୁଶ୍ଚିନ୍ତା କୁ ଲାଘବ କରିବା ସହିତ ଉତ୍ତମ ଚରିତ୍ର ଗଠନ , ବନ୍ଧୁତା ଓ ସ୍ଵାସ୍ଥ୍ୟ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ବିଦ୍ୟlଳୟର କୋଷାଧ୍ୟକ୍ଷ ଶରତ କୁମାର ଜେନା ମହୋଦୟ ସନ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଆଗେଇ ନେବାରେ ଖେଳ ଶିକ୍ଷକ ହୃଦାନନ୍ଦ ବେହେରା ,
କାଞ୍ଚନ ବାଳା ମିଶ୍ର , ଆଚାର୍ଯ୍ୟ ପ୍ରତିନିଧି ପ୍ରତାପ କୁମାର ବେହେରା ଓ ଅନ୍ୟ ଗୁରୁଜୀ,ଗୁରୁମା ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା