ଗଣ୍ଡଗୋଳ ହେଲେ ଗିରଫ ହେବେ ସଭାପତି ସମ୍ପାଦକ

ନୟାଗଡ଼, ପାଖେଇ ଆସୁଛି ପାର୍ବଣ ଋତୁ । ତେବେ ଗଣେଶ ପୂଜାରେ ଅଘଟଣକୁ ଏଡାଇବା ପାଇଁ ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ପୂଜାରେ ଗଣ୍ଡଗୋଳ ହେଲେ, ପୂଜା କମିଟି ସଭାପତି ଓ ସମ୍ପାଦକ ଙ୍କୁ ଗିରଫ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି କ୍ୟାଣସି ଅନୁଷ୍ଠାନ ଗଣେଶ ଙ୍କ ମୂର୍ତ୍ତି କୁ ବିକୃତ କରି ପୂଜା କରିବେନି ଯେପରି କ୍ୟାଣସି ଧର୍ମ ପ୍ରତି କୁଠାରଘାତ ନହୁଏ ସେଥିପ୍ରତି ଧ୍ୟାନ ଦେବେ ଅଶୀଳ ଗୀତ ମେଢ଼ ପାଖରେ ବଜାଇ ପାରିବେନି ଡିଜେ ମୁକ୍ତ ରୋସଣି ହେବ ପୁଣି ୬୫ ଜେସିବିଲ ଭିତରେ ମାଇକ ବାଜିବ ୭ ଦିନ ଭିତରେ ହେବ ବିସର୍ଜନ ପୂଜାରେ ବଡ ଯାନବାହାନ ବ୍ୟବହାର ହେବନି ରାତ୍ର ୧୧ଘଟିକା ସମୟ ଭିତରେ ଶେଷ କରାଯିବ ସାଂସ୍କୃତିକ କାର୍ଯ୍ୟକ୍ରମ ଭସାଣୀ ଶୋଭାଯାତ୍ରା ୬ଟା ଭିତରେ ଶେଷ ହେବ ।

ନିଶା ସେବନ କରି ଶୋଭାଯାତ୍ରାରେ ଭାଗ ନେବାକୁ ବାରଣ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅଣଦେଖା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ବୈଠକରେ ସହରର ୩୦ଟି ପୂଜା କମିଟି ମଧ୍ୟରୁ ୨୫ କମିଟିର କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।ଟାଉନ ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଓ ଏସ ଦି ପିଓ ଉପସ୍ଥିତ ଥିଲେ

You might also like