ଗୋଟିଏ ଶ୍ରେଣୀଗୃହ ରେ ୫ ଟି କ୍ଲାସ।ପୁରୁଣା ଘର ଭାଙ୍ଗି ନୁତନ ଘର କାର୍ଯ୍ୟ କରିବାର ନା ଧରୁନୀ ଠିକାଦାର।ଘର ଭାଙ୍ଗିବାର ଏକବର୍ଷ ବିତିଲାଣି।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁରୁ ପଂଚାୟତ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାଟସାହି ରେ ଗୋଟିଏ ଶ୍ରେଣୀଗୃହ ରେ (୫) ଟି କ୍ଲାସ କ୍ଲାସ।
ସୁଚନା ମୁତାବକ ସରକାର ଗ୍ରାମାଂଚଳ ରେ ଶିକ୍ଷା କୁ ଗୁରୁତ୍ୱ ଦିଆଯାଇଛି ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ପ୍ରଶାସନ କିମ୍ବା ଜନ ପ୍ରତିନିଧି ଙ୍କ ଇଛାଶକ୍ତି ର ଅଭାବ ଯୋଗୁ ସରକାର ଅର୍ଥ ବେୟ ବରାଦ କରିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ।
ଏମିତି ଅଭିଯୋଗ ଆସିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁରୁ ପଂଚାୟତ ହାଟସାହି ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ (୧୯୮୩) ମସିହାରେ ସ୍ଥାପିତ ହୋଇଥିବା ବେଳେ ଗୋଟାଏ କ୍ଲାସ ରୁମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପ୍ରଜନ୍ତ (୪୧) ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଦୁଇଟି ଶିକ୍ଷକ ରହିଥିବା ବେଳେ ଗୋଟାଏ କ୍ଲାସ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଶିକ୍ଷକ ଅଭିଯୋଗ କରିଛନ୍ତି।
ଏପଟେ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ରେ ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଏକବର୍ଷ ହେବ ପୁରୁଣା ଘର ଭଙ୍ଗି ଦେଇ ଠିକାଦାର ଙ୍କ ଦେଖାନାହିଁ। ଏହି ବିଷୟରେ ବିଭାଗୀୟ ଯନ୍ତ୍ରୀ ଙ୍କ ମତାମତ ନେଇଥୀଲୁ ସେ କହିଛନ୍ତି କମ୍ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ। ସ୍ଥାନୀୟ ସରପଂଚ ଜିତେନ୍ଦ୍ର ଖଟୁଆ ଙ୍କ ମତାମତ ନେଇଥୀଲୁ ସେ କହିଛନ୍ତି ଦୁଇଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ। ଦେଖିବାକୁ ବାକି ରହିଲା କେବେ ସମସ୍ୟା ସମାଧାନ ହେଉଛି।

You might also like