ନୟାଗଡ଼ ଜିଲ୍ଲା ଗୋଡିପଡା କୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ 54ବର୍ଷ ହେବ ଦାବିହୋଇ ଆସୁଥିବା ବେଳେ ସରକାରଙ୍କ ବ୍ଲକ ପୁନଃଗଠନ ନିଷ୍ପତି ସେମାଙ୍କ ଦାବି କୁ ତ୍ୱରାନ୍ୱିତ କରିଛି,ବ୍ଲକ ଦାବି କୁ ନେଇ ଗୋଡିପଡା ଅଞ୍ଚଳ ବାସି ଏକତ୍ରିତ ହୋଇ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ସୂଚନା ଅନୁଯାୟୀ ନୟାଗଡ଼ ରଣପୁର ଓ ଓଡ଼ଗାଁ ବ୍ଲକ ମଧ୍ୟବର୍ତ୍ତୀ ଅଞ୍ଚଳ ରେ ରହିଥିବା ଗୋଡିପଡା ବ୍ଲକ ଗଠନ ପାଇଁ ଆବଶ୍ୟକୀୟ ଭିତିଭୁମି ରହିଛି,ବିଜୁ ପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟ ରେ ପୁନଃଗଠନ କମିଟି ଗୋଡିପଡା ବ୍ଲକ ପାଇଁ ସୁପାରିଶ କରିଥିଲେ, କିନ୍ତୁ କେନ୍ଦ୍ରସରକାର ଙ୍କ ଗ୍ରୀନ ସିଗନାଲ ନ ମିଳିବାରୁ ବ୍ଲକ ଗଠନ ପାଇଁ ଦାବି ବନ୍ଦ ରହିଥିଲା,ଏବେ ରାଜ୍ୟ ଏବଂ କେନ୍ଦ୍ର ରେ ଭାଜପା ସରକାରଥିବାରୁ ରାଜ୍ୟ ସରକାର ଙ୍କ ବ୍ଲକ ପୁନଃଗଠନ ନିଷ୍ପତି ରେ ଗୋଡିପଡା ଫାଇଦା ନେବ ବୋଲି ସଂଚାର ହେଉଥିବା ବେଳେ ଏପଟେ ଗୋଡିପଡା ହେଉଛି ନୟାଗଡ଼, ରଣପୁର, ଓ ଓଡ଼ଗାଁ ବ୍ଲକ ର ମଧ୍ୟବର୍ତ୍ତୀ ଅଞ୍ଚଳ, ଗୋଡିପଡା ଠାରୁ 3ଟି ବ୍ଲକ ର ଦୂରତା 25କିଲୋମିଟର ରହିଛି,ଗୋଡିପଡା, ଓଡ଼ଗାଁ, ବ୍ଲକ ରେ ରହିଥିବା ବେଳେ ଗୋଡିପଡା ଓ ଅlଖପାଖ 17ଟି ପଞ୍ଚାୟତ ର ଜନ ସାଧାରଣ 25କିଲୋମିଟର ଯାଇ ସେମାନଙ୍କ ବ୍ଲକ ଓ ତହସିଲ, ଓ ଅନ୍ୟାନ୍ୟ କାମ କରିବା ନେଇ ସମସ୍ୟା ହେଉଥିବା ବେଳେ ହଇରାଣ ହୋଇ ଆସୁଛନ୍ତି,ପୁଣି ରଣପୁର, ଓଡ଼ଗାଁ, ନୟାଗଡ଼, ବ୍ଲକ ରେ ପଞ୍ଚାୟତ ସଂଖ୍ୟା ବୃଦ୍ଧି ପାଉଛି, 3ଟି ବ୍ଲକ ରୁ କିଛି ପଞ୍ଚାୟତ କୁ ଅଣାଯାଇ ଗୋଡିପଡା ବ୍ଲକ ରେ ରଖାଗଲେ 3ବ୍ଲକ ର ସୀମାନ୍ତ ଅଞ୍ଚଳ ଲୋକେ ଉପକୃତ ହେବେ,ତତ ସହିତ ବହୁ ପୂର୍ବ ରୁ 17ପଞ୍ଚାୟତ ବାସିନ୍ଧା ଙ୍କ ଗୋଡିପଡା ରେ ରହିବାକୁ ସହମତି ରହିଛି,ଏଭଳି ସ୍ଥଳ ରେ ବ୍ଲକ ଗଠନ ପାଇଁ ଦାବିତେଜି ଥିବା ବେଳେ କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ବୈଠକ କରାଯାଇ ସହମତି ପ୍ରକାଶ ପାଇଛି, ଏ ନେଇ ବିଭିର୍ନ ସମୟ ରେ ମୁଖ୍ୟ ମନ୍ତ୍ରୀ, ଓପ୍ରଧାନ ମନ୍ତ୍ରୀ ଙ୍କୁ ମଧ୍ୟ ଅବଗତ କରାଯାଇଛି,ବ୍ଲକ ଗଠନ ପାଇଁ ଦାବି ତେଜି ଥିବା ବେଳେ 17ପଞ୍ଚାୟତ ଦାବି କୁ ଆଖି ଆଗରେ ରଖି ବ୍ଲକ ଗଠନ କରିବା ପାଇଁ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ଗୋଡିପଡା ଅଞ୍ଚଳ ବାସି,, 54ବର୍ଷ ହେଲା ଦାବି ହୋଇ ଆସୁଥିବା ବେଳେ କେବେ ବ୍ଲକ ର ମାନ୍ୟତା ପାଉଛି ଦେଖିବାକୁ ବାକି ରହିଲା,
ଗୋଡିପଡା ବ୍ଲକ ପାଇଁ ଦାବି, ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କଲେଗୋଡିପଡା ଅଞ୍ଚଳ ବାସି
Related News
- ଗୋଡିପଡା ବ୍ଲକ ପାଇଁ ଦାବି, ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କଲେଗୋଡିପଡା ଅଞ୍ଚଳ ବାସି
- ନୂତନ ଚିନିକଳ ପ୍ରତିଷ୍ଠାପାଇଁ ତୁରିତ ପଦକ୍ଷେପ ନିମନ୍ତେ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ପାଳଙ୍କୁ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ପରିସର ଦାବି ପତ୍ର ପ୍ରଦାନ
- ବାଉଁଶିଆ ପଡା ଓ 10ଟି ଗ୍ରାମର ଚାଷୀ ଙ୍କ ପକ୍ଷରୁ ଜିଲ୍ଲା ପାଳଙ୍କୁ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ରେ ଦାବି ପତ୍ର ପ୍ରଦାନ