ଗୌଡ଼ ତୁମାଣ୍ଡିରେ ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୁତ,

ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର
୮ବଖରା ଘର ଭସ୍ମିଭୂତ ହୋଇଯାଇଛି । ସୂଚନା ଥାଉକି ଗଣିଆ ବ୍ଳକ ଅନ୍ତର୍ଗତ କରଡ଼ାପଡ଼ା ପଂଚାୟତର ଗୌଡ଼ତୁମାଣ୍ଡି ଗ୍ରାମରବିଶ୍ବନାଥ ବେହେରା ଘରେ ଶୋଇଥିବା ସମୟରେ ସଟସର୍କିଟ ଘଟି ଅଗ୍ନିକାଣ୍ଡ ଘଟିଥିଲା ।
ନିଆଁ ଦେଖି ଗାଁ ଲୋକ ହୋହାଲା ହୋଇଥିଲେ । ଦେଖୁ ଦେଖୁ ସଙ୍ଗେ ସଙ୍ଗେ ଅଗ୍ନିର ପ୍ରକୋପ ପ୍ରଖର ଥିବାରୁ
ସଙ୍ଗେସଙ୍ଗେ ଅଗ୍ନି ବ୍ୟାପିବାରେ ଲାଗିଥିଲା । ସ୍ଥାନୀୟଲୋକେ ସଙ୍ଗେ ସଙ୍ଗେ ଅଗ୍ନିସମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ
ଅଧିକାରୀ ବିଜୟାନନ୍ଦ ପରିଡାଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀମାନେ ଘଟଣାମାଳରେ ପଂହଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ସେତେବେଳକୁ ସବୁକିଛି ପୋଡ଼ି ମାଟିରେ ମିଶିଯାଇଥିଲା । ତେବେ ବିଶ୍ବନାଥ କହିବା ମୁତାବକ ଧାନ ୨ଡୋଲି, ୨ଟି ସାଇକେଲ, ୪ଗୋଟି ଛେଳିଛୁଆ, ଓ ଘରର ସମସ୍ତ ଆସବାବପତ୍ର ପୋଡ଼ି ଯାଇଛି । ଘଟଣାସ୍ଥଳରେ ଆଡ଼କଟା ରାଜସ୍ବ ନିରୀକ୍ଷକ ସଂହତି କ୍ଷୟକ୍ଷତିର ଆକଳନ କରିବା ସହିତ ଜରିପାଲ ପ୍ରଦାନ କରିଥିଲେ । ତେବେ ବିଶ୍ଵନାଥ ଜଣେ ଗରୀବ ଶ୍ରେଣୀର ଲୋକ ହୋଇ ଥିବାରୁ ଛେଳି ଚରାଇ ନିଜର ଜୀବିକା ନିର୍ବାହ କରୁଥିଲେ । ତେଣୁ ତାଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି ।

You might also like