ଗ୍ରାମପଞ୍ଚାୟତ କର୍ମଚାରୀ ଓ ପିଅନ ମହାସଂଘର ବୈଠକ ଅନୁଷ୍ଠିତ

ନୟାଗଡ ଉପକଣ୍ଠ ଭୈରବି ପୀଠରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାମ କରୁଥିବା କର୍ମଚାରୀ ଓ ପିଅନ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଜାଇଛି । ଜିଲ୍ଲାର ୮ ଗୋଟି ବ୍ଳକର ବିଭିନ୍ନ ପଞ୍ଚାୟତରେ କାମ କରୁଥିବା କର୍ମଚାରୀ ଓ ପିଅନ ମାନେ ଯୋଗ ଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ରଖିଛନ୍ତି ।

ସେମାନଙ୍କୁ ସରାକାରୀ ଧାର୍ଯ୍ୟ ମୁତାବକ ସର୍ବନିମ୍ନ ମଜୁରୀ ପ୍ରଦାନ, ସ୍ଥାଇ ନିଯୁକ୍ତି , ଶିକ୍ଷା ଗତ ଯୋଗ୍ୟତା ଭିତିରେ ପଦଉନ୍ନତି, ପିଅନ ମାନଙ୍କ ପାଇଁ ରାଜ୍ୟ ବଜେଟରେ ସ୍ବତନ୍ତ୍ର ବଜେଟ ରଖିବା ଆଦି ୧୦ ଟି ଦାବି ଉପସ୍ତାପନ କରିଛନ୍ତି । ଯଦି ରାଜ୍ୟ ସରକାର ସେମାନଙ୍କ କଥା ନ ବୁଝନ୍ତି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି । ଏହି ବୈଠକ ଜିଲା କର୍ମଚାରୀ ଓ ପିଅନ ମହାସଙ୍ଘର ସଭାପତି ବିଜୟ କୁମାର ବରାଡ, ସାଧାରଣ ସଂପାଦକ ସୁବ୍ରତ ରାଉଳ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି, ଜିଲା ସଂପାଦକ ସନାତନ ପ୍ରଧାନ, ବନମାଳି ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।

You might also like