ସୂଚନା ଅନୁସାରେ ଆଜି 12ଘଟିକା ସମୟ ରେ ସିଙ୍ଗାର ପଲ୍ଲୀ ଗ୍ରାମ ପଞ୍ଚାୟତବାସି ଓ ଗ୍ରାମପଞ୍ଚାୟତ ହାଇସ୍କୁଲ ସିଙ୍ଗାରପଲ୍ଲୀ ପରିଚାଳନା କମିଟି ତରଫରୁ ବିଦ୍ୟାଳୟ ରେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଜିଲ୍ଲା ପାଳଙ୍କୁ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି,ସୂଚନା ଅନୁଯାୟୀ ସିଙ୍ଗାର ପଲ୍ଲୀ ରେ ଅବସ୍ଥିତ ଏହି ବିଦ୍ୟାଳୟ ଟି ପଞ୍ଚାୟତ ର ଏକ ମାତ୍ର ମାଧ୍ୟମିକ ବିଦ୍ୟାଳୟ, ପଞ୍ଚାୟତ ର ବୁଦ୍ଧିଜିବୀ ଓ ଶିକ୍ଷା ପ୍ରେମୀ ଙ୍କ ପ୍ରଚେଷ୍ଟା ଫଳ ରେ ଏହି ବିଦ୍ୟାଳୟ 1986ମସିହା ରେ ଗଠିତ ହେବା ପରେ 8ଜଣ ଶିକ୍ଷକ, ଜଣେ କିରାଣୀ ଓ 3ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ,ଙ୍କୁ ସର୍କଲ ଇନ୍ସ୍ପେକଟର ଖୋର୍ଦ୍ଧା ମଂଜୁର କରିଥିଲେ, କିନ୍ତୁ ବର୍ତ୍ତମାନ ବିଦ୍ୟାଳୟ ରେ ତିନି ଜଣ ଶିକ୍ଷକ ଏକ ମାତ୍ର ରାତ୍ର ଜଗୁଆଳି କାର୍ଯ୍ୟ ରତ ଅଛନ୍ତି ଏଥିସହ ଶିକ୍ଷକ ଙ୍କ ଅକାଳ ବିୟୋଗ ଓ ଅବସର ଗ୍ରହଣ ହୋଇଥିବା ହେତୁ ଏବେ ଜଣେ ମାତ୍ର ଶିକ୍ଷକ,ଓ ରାତ୍ର ଜଗୁଆଳି କାର୍ଯ୍ୟ ସମ୍ପାଦନ କରୁଛନ୍ତି,ବିଦ୍ୟାଳୟଟି 5-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିର୍ନ ଅନୁସାଙ୍ଗିକ ଭିତିଭୁମି ଭରପୁର ଓ ବିଦ୍ୟାଳୟ ଟି 4ଗୋଟି ଫିଡିଙ୍ଗ ସ୍କୁଲ ରହିଥିଲେ ମଧ୍ୟ ଶିକ୍ଷକ ଅଭାବ ହେତୁ ପ୍ରତିବର୍ଷ ନାମ ଲେଖା ହାର କମିବାରେ ଲାଗିଛି,ଏହାର ଗାରିମା କ୍ଷୁର୍ଣ ହେଉଥିବା ବେଳେ ଅଞ୍ଚଳ ବାସୀଙ୍କୁ ଆତଙ୍କିତ ଓ ମର୍ମାହତ କରୁଛି, ଶିକ୍ଷା ବିଭାଗ କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ, କୌଣସି ନିଯୁକ୍ତି ଦିଆଯାଇ ନାହିଁ, ବିଦ୍ୟାଳୟ ର ସ୍ଥାୟିତ୍ୱ ପ୍ରତି ଜନ ସାଧାରଣ ଙ୍କ ଆସ୍ତା ତୁଟି ଯାଉଛି, ଶିକ୍ଷକ ବିହୀନ ଅନୁଷ୍ଠାନ ଟି କିପରି ଉତ୍କୃଷ୍ଟ ଶିକ୍ଷାଦାନ କରିବାରେ ସମର୍ଥହେବ, ଓ ଛାତ୍ର ଛାତ୍ରି ମାନଙ୍କର ଉଜ୍ବଲ ଭବିଷ୍ୟତ ନିର୍ମାଣ ପାଇଁ ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ନିମନ୍ତେପରିଚାଳନା କମିଟି ତଥା ପଞ୍ଚାୟତ ବାସି ଏକତ୍ରିତ ହୋଇ ଜିଲ୍ଲା ପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି
ଗ୍ରାମପଞ୍ଚାୟତ ହାଇସ୍କୁଲ ସିଙ୍ଗାରପଲ୍ଲୀ ପରିଚାଳନା କମିଟି ତରଫରୁ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ
