ଆଜି ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ୍ ପଟ୍ଟନାୟକ, ନୟାଗଡ଼ ପୌରଧ୍ଯକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ଯକ୍ଷ କିଶୋର ଚନ୍ଦ୍ର, ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲାପରିଷଦ ସୁବାଷ କହ୍ନର, ସରୋଜ ରଣସିଂ, ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ ଓ ନୟାଗଡ଼ ବ୍ଲକ ଓ ନୟାଗଡ଼ ପୌରାଞ୍ଚଳର ଜନ ସାଧାରଣଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ପ୍ରତ୍ୟେକ ଘରେ ଘରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କିପରି ପହଞ୍ଚିବ ଏହା ଉପରେ ବକ୍ତବ୍ୟ ରଖିଥିଲେ । ଆସନ୍ତା ୩୧ ତାରିଖରୁ ଏହି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରୁ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ ।

ପ୍ରତ୍ୟେକ ପରିବାର କିପରି ସାମିଲ ହେବେ ସେଥି ନିମନ୍ତେ ଡ଼.ସାହୁ ଆହ୍ଵାନ ଦେଇଥିଲେ । ଫେବୃଆରୀ ୨୧ ତାରିଖ ପୂର୍ବରୁ ଏହି କାର୍ଯ୍ୟକ୍ରମ ସାରିବା ପାଇଁ ଡ.ସାହୁ ପରାମର୍ଶ ଦେଇଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହୋଇଥିବା ସମସ୍ତ ବିଭାଗର ବିକାଶ ମୁଳକ କାର୍ଯ୍ୟର ଚିତ୍ର ଜନସାଧାରଣଙ୍କ ପାଖରେ ରଖାଯିବ ।

ପ୍ରତ୍ୟେକ ପରିବାରକୁ ବିକାଶ ମୂଳକ କାର୍ଯ୍ୟର ଲିଫଲେଟ ବଣ୍ଟନ କରାଯିବା ସହ ଜନସାଧାରଣଙ୍କୁ ସଚେତନା କରିବା ପାଇଁ ଏହି ବୈଠକରେ ଆହ୍ଵାନ ଦିଆଯାଇଥିଲା । ସମସ୍ତ ବିଭାଗର ଅଧିକାରୀ ମାନଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ । ସମିତ୍ୟ ସଭ୍ୟ ଓ ବରିଷ୍ଠ ନେତୃତ୍ଵ ମାନେ ଆଜି ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ