Skip to content

ଚଳିତ ବର୍ଷ ଆଇନ ସେବା ପ୍ରlଧିକରଣତରଫରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ଼ ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଜି 10ଘଟିକା ସମୟରେ ଚଳିତ ବର୍ଷ ଲୋକ ଅଦାଲତ ମେ 10ତାରିଖ ରେ ଆୟୋଜିତ ହେବା ପାଇଁ ଜିଲ୍ଲା ଦୌରାଜଜ, ତଥା ଆଇନସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ ରେ ସଚିବ ଅଞ୍ଜଳି ମଛଖଣ୍ଡ ଙ୍କପ୍ରତକ୍ଷ ତତ୍ୱାବଧାନ ରେ ଜିଲ୍ଲା ର ସମସ୍ତ ବ୍ଲକ, ସହର ବଜାର, ଓ ଜନଗହଳି ପୁର୍ଣ, ସ୍ଥାନ ମାନଙ୍କ ରେ ଅଧିକାର ମିତ୍ର ମାନଂକୁ ନେଇ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଲିଫଲେଟ, ଓ ଡାକ ବାଜି ଯନ୍ତ୍ର ମାଧ୍ୟମ ରେ ଆରମ୍ଭ କରିଛନ୍ତି, ସଚିବ ଙ୍କ ଉପସ୍ଥିତ ରେ ଅଧିକାର ମିତ୍ର, ଓ ପ୍ରାଧିକରଣ କର୍ମଚାରୀ ମାନେଲୋକ ମାନଂକୁ ପ୍ରଚାରପତ୍ର, ଓ ଲୋକ ମାନଂକୁ ଲୋକ ଅଦାଲତ ର ଲାଭ ନେବାକୁ ବୁଝେଇ ଥିଲେ, ଏହି ଲୋକ ଅଦାଲତ ଜିଲ୍ଲା ର ସମସ୍ତ

ବିଚାରବିଭାଗୀୟ ଅଦାଲତ ପରିସର ରେ ଅନୁଷ୍ଠିତ ହେବ, ଲୋକ ଅଦାଲତ ରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମାମଲା ଯଥା-ଦେୱାନୀ, ଫୌଜଦାରୀ, (ସାଲିସ ଯୋଗ୍ୟ)ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ, ଜଳ ଯୋଗାଣ, ପାରିବାରିକ ବୈବାହିକ, ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ମାମଲା, ଇତ୍ୟାଦି ର ଆପୋଷ ସହମତି ଭିତରେ ସମାଧାନ କରାଯିବ, କେବଳ ବିଚରାଧୀନ ମାମଲା ନୁହେଁ କୋୖଣସି କୋଟ କଚେରୀ ରେ ମାମଲା ନ ଥାଇ ପ୍ରାକମୋକଦମା ସ୍ତରୀୟ (କଚେରୀ ରେ ମୋକଦମାଦାୟର ହୋଇ ନଥିବା)ସମସ୍ତ ବିବାଦ ର ମଧ୍ୟ ଆପୋଷ ସମାଧାନ କରାଯିବ ବୋଲି ସ୍ବେଛାସେବୀ ମାନେ ବୁଝାଇଛନ୍ତି, ଅଧିକ ସବିଶେଷ ବିବରଣୀ ନିମନ୍ତେ ହେଲ୍ପ ଲାଇନ ନମ୍ବର 15100ଯୋଗାଯୋଗ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନୁରୋଧ କରାଯାଇଛି

Ad 1