ଚାକିରୀ ଦେବା ନାଁ ରେ ଠକେଇ, ଅଭିଯୁକ୍ତ ଗିରଫ, କୋଟ ଚାଲାଣ

ନୟାଗଡ଼ ଜିଲ୍ଲା ଟାଉନ ଥାନା ପୋଲିସ ଚାକିରୀ ଦେବା ନାଁ ରେ ଠକେଇ କରିଥିବା ଜଣେ ଯୁବକ ଙ୍କୁ ଗିରଫ କରିଛି, ଗିରଫ ଯୁବକ ନୟାଗଡ଼ ଡିଏଫଓ ଙ୍କ ବାସ ଭବନ ନିକଟସ୍ଥ ଅମୁଲ୍ୟ କୁମାର ବାଇ ଙ୍କ ପୁଅ ମାନସ କୁମାର ବାଇ, ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ରେ ଚାକିରୀ କରାଇଦେବା ନାଁ ରେ ଠକେଇ କରିଥିବା ଅଭିଯୋଗ ହୋଇଛି

ରାଣୀ ପଡା ଗ୍ରାମର ମଞ୍ଜୁଲତା ସାହୁ ଙ୍କ ଠାରୁ ଚାକିରୀ କରାଇ ଦେବା ପାଇଁ 97ହଜାର 700ଟଙ୍କା ବିଭିର୍ନ ସମୟ ରେ ନେଇ ଥିଲା, ଚାକିରୀ ଦୂରର କଥା ତାଙ୍କ ଟଙ୍କା ମଧ୍ୟ ଫେରାଉ ନଥିଲା, ଏ ନେଇ ଅଭିଯୋଗ ପରେ ନୟାଗଡ଼ ଟାଉନ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ସୂଚନା ମିଳିଛି

You might also like