Skip to content

ଚାଞ୍ଚଲ୍ୟକର ଖବର ସ୍ୱାମୀକୁ ମାରି ଘରେ ପୋତିଥିଲା ନିଜର ପତ୍ନୀ

ଓଡ଼ଗାଁ- ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମର ଏହି ଲୋମହର୍ଷକ।ରି ଅମାନୁଷିକ ଚାଂଚଲ୍ୟକର ଖବର ।ଶୁଣିବା ଲୋକ ସ୍ତଵଧ । ନିଜ ସ୍ୱାମୀକୁ ମାରି ଘରେ ପୋତି ଦେଇଥିଲା ସ୍ତ୍ରୀ ।ଏହି ଅଭିଯୋଗ ଆସିବା ପରେ ଶବ ବାହାର କରିବାକୁ ମାଟି ଖୋଳା ଆରମ୍ଭ କରିଛି ପୋଲିସ l ଏହି ଗାଁର ପ୍ରକାଶ ନାୟକ ପ୍ରାୟ ୨୦ ଦିନ ହେବ ନିଖୋଜ ଥିଲେ l ଏ ନେଇ ପ୍ରକାଶ ବାପାଙ୍କର ସନ୍ଦେହ ହେବାରୁ ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l

ଅଭିଯୋଗ ପାଇ ଛାନଭିନ୍ ଆରମ୍ଭ କରିଛି ପୋଲିସ l ସ୍ଥାନୀୟ ଓଡଗାଁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଡଗାଁ ପୋଲିସ ଶବ ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛି l ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି l ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି l ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛି ପୋଲିସ l

Ad 1