ଚାହାଳୀ ଗ୍ରାମ ପଞ୍ଚାୟତ ଠାରେ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ*
ଆଜି ନୂଆଗାଁ ବ୍ଲକ୍ର ଚାହାଳୀ ଗ୍ରାମ ପଞ୍ଚାୟତ ଠାରେ ସେଣ୍ଟର୍ ଫର୍ କାଟାଲାଇଜିଙ୍ଗ ଚେଞ୍ଜ (ସି ଥ୍ରୀ) ଦ୍ୱାରା ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଚାହାଳୀ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତଙ୍କ ସୁବାଷ ବେହେରା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ନୂଆଗାଁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ଶ୍ରୀମତୀ ମମତା ସାମନ୍ତରାୟ ଏବଂ ମୀନକେତନ ସଂସ୍କୃତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଚିନ୍ମୟ ପ୍ରଧାନ ଉପସ୍ଥିତ ଥିଲେ। ସି ଥ୍ରୀର ବ୍ଲକ୍ ସଂଯୋଜିକା ସୌଜନ୍ୟା ନାୟକ ଶିଶୁ ସୁରକ୍ଷା ଏବଂ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର କାର୍ଯ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଚିନ୍ମୟ ପ୍ରଧାନ ଶିଶୁ ମାନଂକ ଅଧିକାର ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥଲେ।ସେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ କିପରି ସଠିକ୍ ଭାବେ ଚୟନ କରିବେ, ସେ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମର ପରିଚାଳନା ମଧ୍ୟ ସୌଜନ୍ୟା ନାୟକଙ୍କ ଦ୍ୱାରା କରାଯାଇଥିଲା। ବୈଠକରେ ଅଙ୍ଗନୱାଡ଼ି କର୍ମଚାରୀ, ଆଶା କର୍ମୀ, ବିଦ୍ୟାଳୟର ଶିକ୍ଷକ ଏବଂ ସମସ୍ତ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ। ଏହି ବୈଠକ ଶିଶୁ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ସ୍ତରରେ ସଚେତନତା ଓ ସମନ୍ୱୟ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆଲୋଚନାରୁ ଜଣାପଡ଼ିଛି।
ଏହି ଉଦ୍ୟମ ସି ଥ୍ରୀ ଏବଂ ସ୍ଥାନୀୟ ପଞ୍ଚାୟତର ମିଳିତ ସହଯୋଗରେ ଶିଶୁମାନଙ୍କ ସୁରକ୍ଷା ଓ ସମୃଦ୍ଧ ଭବିଷ୍ୟତ ନିଶ୍ଚିତ କରିବା ଦିଗରେ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।