ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରିଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଗତ ୨୯.୧୦.୨୦୨୪ ରିଖରେ ଚିଠା ଭୋଟର ତାଲିକା ପ୍ରକାଶନ କରାଯାଇ ସେହି ତାରିଖ ଠାରୁ ତା.୨୮.୧୧.୨୦୨୪ରିଖ ପର୍ଯ୍ୟନ୍ତ ଆପତ୍ତି ଓ ଅଭିଯୋଗ ଆହ୍ୱାନ କରାଯାଇଥିଲା।ଏହି ସମୟ ମଧ୍ୟରେ ନୂତନ ନାମ ପଞ୍ଜିକରଣ, ନାମ ବାଦ କରାଯିବା ଓ ଉପଲବ୍ଧତଥ୍ୟଉପରେ ଆବଶ୍ୟକୀୟ ସଂଶୋଧନ କରାଯିବା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତ ଗୁଡ଼ିକୁ ଫଇସଲା କରାଯାଇ ଆଜି ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯାଇଛି ।ଏହି ତାଲିକା ଜିଲ୍ଲାସ୍ତରରେ, ସମସ୍ତ ବ୍ଲକ ସ୍ତରରେ ଓ ବୁଥ ସ୍ତରରେ ଆଜି ତାରିଖରେ ପ୍ରକାଶନ କରାଗଲା । ଇଛୁକ ବ୍ୟକ୍ତି ଜିଲ୍ଲା ସ୍ତରରେ ସମ୍ପୂକ୍ତ ବ୍ଲକସ୍ତରରେ ଓ ବୁଥ ସ୍ତରରେ ତାଙ୍କର ନାମ ଯାଞ୍ଚ ଓ ତନଖି କରିପାରିବେ ।ଏହା ମଧ୍ୟ https://ceoodisha.nic.in, htt://voters. eci. gov.in ମାଧ୍ୟମରେ ଯାଞ୍ଚ କରାଯାଇ ପାରିବ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ପ୍ରକାରେ ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୮୧୪୧୬୫ଅଛନ୍ତି । ତନ୍ମଧ୍ଯରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୪୨୫୦୫୨,ମହିଳା ଭୋଟର ସଂଖ୍ୟା ୩୮୯୦୭୦ ଓ ତୃତୀୟ ଲୀଙ୍ଗୀଙ୍କ ସଂଖ୍ୟା ୪୩ ଅଟନ୍ତି । ନୂତନ ଭାବେ ଯୋଗ ହୋଇଥିବା ସମସ୍ତ ଭୋଟର/ତଥ୍ୟରେ ସଂଶୋଧନ କରିଥିବା ଓ ନୂତନ ଭାବେ ଭୋଟ ପରିଚୟପତ୍ର ପାଇଁ ଆବେଦନ କରିଥିବା ସମସ୍ତ ଭୋଟର ମାନଙ୍କର ଭୋଟ ପରିଚାୟ ପତ୍ର ଡ଼ାକ ମାଧ୍ୟମରେ ପାଇବାର ବ୍ୟବସ୍ଥା କରାଯାଇଛି । ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରମାନଙ୍କର ଅନୁପାତ ୨୦୨୪ ମସିହାରେ ୯୧୦ଥିବା ସ୍ଥଳେ ଚଳିତ ୨୦୨୫ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାରେ ଏହା ୯୧୫କୁ ବୃଦ୍ଧି ପାଇଅଛି । ପୁନଶ୍ଚ ୧୮-୧୯ ବର୍ଷର ଭୋଟର ମୋଟ ୧୪୩୧୦ ପଞ୍ଜୀକୃତ ହୋଇ ଅଛନ୍ତି । ଆଜିର ଏହି ବୈଠକରେ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।