ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲା ର ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡ଼ା ଓ ପ୍ରଦାନ କରିବାକୁ ବାରଣ କରିଥିଲେ ।ଏହା ବଦଳରେ ଶୁଭେଚ୍ଛା ଜଣାଇବା ସହ ଖାତା, କଲମ, ପେନସିଲ ଭଳି ପାଠ୍ୟ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଯାହା ଦ୍ଵାରା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଥିବା ଅର୍ଥରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଉପକରଣ ମିଳି ପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାପାଳଙ୍କ ବାର୍ତ୍ତା ଅନୁଯାୟୀ ନବ ବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ସରକାରୀ ଅଧିକାରୀ ତଥା ଲୋକମାନେ ଫୁଲତୋଡ଼ା ପରିବର୍ତ୍ତେ ଖାତା, ପେନ,ଜ୍ୟାମିତି ବାକ୍ସ ଭଳି ପାଠ୍ୟ ଉପକରଣ ଉପହାର ଭାବେ ପ୍ରଦାନକରିଥିଲେ ।
ସେହିସବୁ ଉପହାରଗୁଡିକୁ ଏକତ୍ରିତ କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଏହାକୁ ବଣ୍ଟନ କରାଯାଉଛି । ଆଜି ନୟାଗଡ଼ ଜିଲ୍ଲାପାଳ ରଣପୁର ବ୍ଲକର ମଝିଆ ଖଣ୍ଡ ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ପହଞ୍ଚି ୪୫୬ ଜଣ ଛାତ୍ର ଛାତ୍ରୀଙ୍କୁ ସେହି ପାଠ୍ୟ ଉପକରଣ ଗୁଡିକ ବଣ୍ଟଜ କରିଛନ୍ତି । ସେହି ଉପକରଣରେ ଖାତା, ପେନ, ପେନସିଲ ,ରବର,କଟର,ରଙ୍ଗ କଲର,ସ୍କେଚ, ସ୍କେଲ, ଜ୍ୟାମିତି ବାକ୍ସ ଆଦି ରହିଥିଲା । ପିଲାମାନେ ଏହି ଶିକ୍ଷା ଉପକରଣ ପାଇ ବହୁତ ଖୁସି ଅନୁଭବ କରିବା ସହିତ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବିଶ୍ୱ ଭୁଷଣ ବେହେରା, ଉପସ୍ଥିତ ରହି ପାଠ୍ୟ ଉପକରଣ ବଣ୍ଟନ କରିଥିଲେ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ, ଓ ସ୍କାଉଟ ଗାଇଡ଼ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ