ଜଗନ୍ନାଥ ପ୍ରସାଦରେ “ମୋ ଗାଁ ମୋ ପରିବାର” ଦ୍ବିତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ଗ୍ରାମରେ ଏକ ନିଆରା କାର୍ଯ୍ୟକ୍ରମ ମୋ ଗାଁ ମୋ ପରିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ କୁଳମଣି ବାରିକି, ମୁଖ୍ୟ ବକ୍ତା ଭାବେ ବିଏସ କଲେଜ ଦଶପଲ୍ଲାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ସ୍ବତନ୍ତ୍ର ଅତିଥି ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସର କଳାକାର ବ୍ରଜବନ୍ଧୁ ସୁବୁଦ୍ଧି, ସମ୍ମାନିତ ଅତିଥି ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ଉପଦେଷ୍ଟା ରବିନ୍ଦ୍ର କୁମାର ମିଶ୍ର ଏବଂ ମାନସ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଜାତି,ଧର୍ମ, ବର୍ଣ୍ଣ ରାଜନୀତି ମତ ମତାନ୍ତରକୁ ଛାଡି ଗାଁ ପାଇଁ ଗାଁର ସଂସ୍କୃତି ପାଇଁ ଏକାଠି ହୋଇ କାନ୍ଧରେ କାନ୍ଧ ମିଳାଇ ନିଜ ଜନ୍ମ ମାଟିର ସେବା କରିବାକୁ ଅତିଥି ମାନେ ଆହ୍ବାନ କରିଥିଲେ । ଅତିଥି ମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ଗାଁ ମାଟିର ମହକ ସମ୍ପର୍କରେ ଯୁବ ପୀଢିଙ୍କୁ ସୂଚନା ପ୍ରଦାନ କରିଥିଲେ । ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ନିଜ ସାଂସାରିକ ଜୀବନ ପାଇଁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଦୂରରେ ରହୁଥିବା ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମୋ ଗାଁ ମୋ ପରିବାରର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

You might also like