ଜବରଦଖଲ ଉଛେଦ, ମାଟିରେ ମିଶିଲା 10ରୁ ଉର୍ଦ୍ଧ ଅସ୍ଥାୟୀ କୁଡ଼ିଆ

ନୟାଗଡ଼ ସହରରେ ସରକାରୀ ଜମି କୁ ଜବରଦଖଲ ବୃଦ୍ଧି ପାଇଛି, ନୟାଗଡ଼ ସଦର ଆରଆଇ ଙ୍କ କାର୍ଯ୍ୟାଳୟ ପଛରୁ ଆରଡ଼ିବଙ୍ଗଳା ପର୍ଯ୍ୟନ୍ତ ରୁକ୍ଷୀ ପାହାଡ଼ ପାଦ ଦେଶ ରେ ରହିଥିବା ସରକାରୀ ଜମିରେ ଜବର ଦଖଲ କରାଯାଇଥିଲା
10ରୁ ଉର୍ଦ୍ଧ ବ୍ୟକ୍ତି ଏଠାରେ ଚାଳ କୁଡ଼ିଆ କରିବା ସହ ଜାଗା ଦଖଲ କରିଥିଲେ,ସେମାନଙ୍କୁ ଭୁମି ଅଧିକାର ପ୍ରମାଣ ପତ୍ର ଯୋଗାଇ ଦେବାର ଲାଳସା ଦେଖା ଯାଇଥିଲା, ଅନେକ ଗଛ କାଟି ଦିଆ ଯାଇଥିଲା,

ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ଵାତି ମିଶ୍ର ଙ୍କ ନେତୃତ୍ୱ ରେ 4ଟି ବିଭାଗ ଉକ୍ତ ସ୍ଥାନ ରେ ଚଢ଼ାଉ କରି ଜବର ଦଖଲ ମୁକ୍ତ କରିଥିବା ଦେଖା ଯାଇଛି,, ନୟାଗଡ଼ ତହସିଲଦାର ରାଜକିଶୋର ସ୍ୱାଇଁ ଟାଉନ ଥାନା ଅଧିକାରିଣୀ ବିଜୟା ସାହୁ, ବନ ବିଭାଗ କର୍ମଚାରୀମାନେ, ସଦଳବଳେ ଉକ୍ତ ସ୍ଥାନ ରେ ଚଢ଼ାଉ କରିବା ସହ ବେଆଇନ ଭାବେ କରାଯାଇଥିବା କୁଡ଼ିଆ କୁ ମାଟିରେ ମିଶାଇ ଦେଇ ଛନ୍ତି,

ଚଢ଼ାଉ ସମୟ ରେ କିଛି ମହିଳା ଏଥିରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜୈନିକ ମହିଳା ଙ୍କୁ ପୋଲିସ ଉଠାଇ ନେଇ ଥିବା ବେଳେ ଅସ୍ଥାୟୀ କୁଡ଼ିଆ ଉଛେଦ କରାଯାଇଥିବା ସୂଚନା ମିଳିଛି,

You might also like