ଜମିକୁ ପାଣି ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଭାଟସାହି ଓ ମୁଥାଗାଡ଼ିଆ ପଞ୍ଚାୟତ ର 5ଖଣ୍ଡ ଗ୍ରାମର ଚାଷୀ ଧାରଣା ଦେଇଥିଲେ, ତତ ସହିତ ତୁରନ୍ତ ଜମିକୁ ଜଳ ଯୋଗାଇବାକୁ ଦାବି କରିଛନ୍ତି, ବର୍ଷା ଅଭାବ ରୁ ଧାନ ଚଷ ଜମି ସୁଖୀ ମାଟି ଆଁ କରିଥିବା ବେଳେ, ଭାଟସାହି ପଞ୍ଚାୟତ ଡିଆଁପଡା ଗ୍ରାମରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧୀନ ରେ ଥିବା ଡ୍ୟାମ ରୁ ପାଣି ଛଡାଯାଉ ନାହିଁ, ଡ୍ୟାମ କୁ ମାଛଚାଷ ପାଇଁ ନିଲାମ ନେଇ ଥିବା ବ୍ୟକ୍ତି ପାଣି ଛାଡିବାକୁ ସିଧା ସିଧା ମନା କରିବାରୁ ଚାଷୀ ମାନେ ଧାନ ଜମିରୁ ଆସି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଜଳ ଯୋଗାଇ ଦେବାକୁ ଦାବି କରିଥିଲେ, ତତ ସହିତ ମାଛ ନିଲାମ ନେଇ ଥିବା ଲୋକମାନେ ଚାଷୀ ଙ୍କୁ ବିରୋଧ କରିବା ସହ ମାଡ଼ ମାରିବା ଧମକ ଦେଇ ଥିଲେ, ଫଳ ରେ ଶହେ ରୁ ଉର୍ଦ୍ଧ ଗ୍ରାମବାସୀ ନ୍ୟାୟ ପାଇବା ପାଇଁ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ, ଜଳ ଯୋଗାଇ ଦେବା ପାଇଁ ଦାବି କରିଥିଲେ,

ଟାଉନ ଥାନା ପୋଲିସ ଖବର ପାଇ ଧାରଣା ସ୍ଥଳ ରେ ପହଂଚି ଚାଷୀ ଙ୍କୁ ବୁଝା ସୁଝା କରିଥିଲା,ଜଳ ଯୋଗାଇ ବା ନେଇ ଜିଦ ରେ ଚାଷୀ ଅଟଳ ରହିଥିବା ବେଳେ ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ ପହଂଚି ଘଟଣା ଅନୁଧ୍ୟାନ କରିବା ସହିତ ଚାଷୀଙ୍କୁ ବୁଝା ସୁଝା କରିଥିଲେ,କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ଡାକି ଘଟଣା ତୁରନ୍ତ ସମାଧାନ କରିବାକୁ ପରମର୍ଶ ଦେଇ ଥିବା ବେଳେ ଡ୍ୟାମ ରୁ ପାଣି ଛାଡିବା କୁହା ଯିବା ପରେ ଚାଷୀମାନେ ଧାରଣା ରୁ ଉଠିଥିଲେ

You might also like