ନୟାଗଡ଼,୧୭।୧:ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଶୁକ୍ରବାର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ଥିବା ବେଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ନାହିଁ।ଏଣୁ ନୟାଗଡ଼ ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ସରକାରୀ ଖବର ସଂଗ୍ରହ କରିବା ଓ ପଠାଇବା ପାଇଁ ହଇରାଣ ହୋଇ ଆସୁଛନ୍ତି। ସାମ୍ବାଦିକ ମାନଙ୍କର ସୁବିଧା ଉଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏକ ପ୍ରେସ ରୁମ ଖୋଲିବା ପାଇଁ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ପ୍ରମୋଦ ପଟ୍ଟନାୟକ, ଉପ ସଭାପତି ସୁବାସ ମହାପାତ୍ର, ସମ୍ପାଦକ ପ୍ରଦୀପ୍ତ ରଥ, ଅଫିସ ସମ୍ପାଦକ ପୁରୁଷୋତ୍ତମ ମହାପାତ୍ର, ଜୟେନ୍ଦ୍ର ବେହେରା, ଏମ ଆଉରଙ୍ଗ ଜେବ, ଗୋକୁଳ ଷଡଙ୍ଗୀ,ଯଯାତି କେଶରୀ ମହାପାତ୍ର,ରଞ୍ଜନ ବେହେରା,ପ୍ରବାସିନୀ ନନ୍ଦ, ବିଭୁତି ପଟ୍ଟନାୟକ, ପ୍ରମୋଦ ନନ୍ଦ, ବିକ୍ରମ ସ୍ୱାଇଁ ଙ୍କ ସମେତ ସାମ୍ବାଦିକ ମାନେ ପ୍ରେସ ରୁମ ଯଥା ଶୀଘ୍ର ଖୋଲିବା ପାଇଁ ଆଲୋଚନା କରିଥିଲେ। ଜିଲ୍ଲାପାଳ ଏ ନେଇ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିବା ସହ ତୁରିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇ ଛନ୍ତି।