ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ତତ୍କାଳୀନ ନୟାଗଡ଼ ଏନଏସି (ମ୍ୟୁନିସିପାଲିଟି)ର ପୂର୍ବତନ ଅଧ୍ୟକ୍ଷ ଭବାନୀ ଶଙ୍କର ଦାଶଙ୍କ ହୃଦଘାତ ଯୋଗୁଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଦାଶ ତତ୍କାଳୀନ ଜନତା ଦଳର ଜଣେ ବେଶ ପ୍ରଭାବଶାଳୀ ତଥା ଟାଣୁଆ ରାଜନେତା ଥିବା ବେଳେ ନୟାଗଡ଼ ଏନଏସିର ଅଧ୍ୟକ୍ଷ ଭାବରେ ତା ୧୭.୩. ୧୯୯୨ ରୁ ୨.୮.୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ନୟାଗଡ଼ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ଟାଣୁଆ ନେତା ସ୍ବର୍ଗତ ଭାଗବତ ବେହେରାଙ୍କ ଅତ୍ୟନ୍ତ ନିକଟତର ଥିଲେ। ଜଣେ ଟାଣୁଆ ତଥା ଉତ୍ସର୍ଗୀକୃତ ରାଜନୈତିକ ନେତା ଭାବେ ସମଗ୍ର ଜିଲ୍ଲାରେ ସେ ବେଶ ଜଣାଶୁଣା ଥିଲେ। ଅନ୍ୟପକ୍ଷରେ ସେ ଜଣେ ଉତ୍ସାହୀ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଛାତ୍ର ଜୀବନରୁ ତାଙ୍କର ସାହିତ୍ୟିକ ପ୍ରତିଭା ପାଇଁ ମଧ୍ୟ ବେଶ ଜଣାଶୁଣା ଥିଲେ। ତାଙ୍କ ଜୀବନ ଜନସେବା, ବୌଦ୍ଧିକ ସାଧନା ଏବଂ ସାମ୍ବାଦିକତା ସଚ୍ଚୋଟତାର ପ୍ରମାଣ ଥିଲା। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଜଣେ ସକ୍ରିୟ ସଦସ୍ୟ ଭାବେ ତାଙ୍କର କାର୍ଯ୍ୟଶୈଳୀ ବେଶ ଉତ୍ସାହ ଜନକ ଥିଲା। ତାଙ୍କର ଏହି ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହିତଜିଲ୍ଲା ସାମ୍ବାଦିକ ସଙ୍ଘ ର ସକ୍ରିୟ ସଦସ୍ୟ ନୟାଗଡ଼ ର ପୂର୍ବତନ ନଗରପାଳ ସ୍ବର୍ଗତ ଭବାନୀ ଶଙ୍କର ଦାସ ଙ୍କ ବାସଭଵନରେ ଉପସ୍ଥିତ ହୋଇ ପରିବାର ପ୍ରତି ସମବେଦନା ଜଣାଇବା ସହିତ ସ୍ୱର୍ଗତ ଶ୍ରୀ ଦାସ ଙ୍କ ଶୁଦ୍ଧ କ୍ରିୟା ନିମନ୍ତେ ସଙ୍ଘ ପକ୍ଷରୁ ଆର୍ଥିକ ସହାୟତାଜ୍ୟେଷ୍ଠ ପୁତ୍ର ଙ୍କୁ ପ୍ରଦାନ କରିଛନ୍ତି, ଆର୍ଥିକ ସହାୟତା ପ୍ରଦାନ ବେଳେ ସଙ୍ଘ ପକ୍ଷରୁ,ସଭାପତି ପ୍ରମୋଦ ପଟ୍ଟନାୟକ, ଲୋକ ନାଥ ମିଶ୍ର, ଗୋକୁଳଷଡ଼ଙ୍ଗୀ, ଜୟନ୍ଦ୍ର ବେହେରା, ଲକ୍ଷ୍ମୀଧର ସାହୁ,ତଥା ସଙ୍ଘ ର ସଦସ୍ୟ ଉପସ୍ଥିତ ଥିଲେ