ଇଟ୍ଟାମାଟି ଥାନ ଅଞ୍ଚଳରେ ଅଘଟଣ । ପ୍ରତାପ ପ୍ରସାଦ ଛକରେ ଜଳଖିଆ ଦୋକାନ ଦେଇଥିବା ଜଣେ ବ୍ୟକ୍ତିଙ୍କ ଦୋକାନରୁ ରାତି ଅଧରେ ଲୁଟ କରିବା ଘଟଣାରେ ଇଟାମାଟି ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଫରୁୱାର୍ଡ଼ କରିଛି । ସୂଚନାନୁସାରେ ଦଶପଲ୍ଲା ଥାନା ଅଞ୍ଚଳର ତିଗିରି ଗ୍ରାମର ଜୟ ବାଜୁଙ୍କ ପୁଅ ବିଭୁତି ବାଜୁ ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ ଛକରେ ଏକ ଜଳଖିଆ ଦୋକାନ ଦେଇ ପରିବାର ଚଳାଉଥିଲେ । ଗତ ୨୨ ତାରିଖ ରାତିରେ ବୃନ୍ଦାବନପୁର ଗ୍ରାମର ଦେବେନ୍ଦ୍ର ପ୍ରଧାନଙ୍କ ପୁଅ ବିଶ୍ଵଭୁଷଣ ପ୍ରଧାନ ଓ ସେହି ଗ୍ରାମର ଉଦ୍ଧବ କଳସଙ୍କ ପୁଅ ନବକଳସ ଦୁହେଁ ମିଶି ରାତି ୧୨ଟାରେ ଦୋକାନ କବାଟ ବାଡେଇ ଲୁଟ କରିଥିଲେ ।
ତାଙ୍କ ଦୋକାନରୁ ୩ ହଜାର ଟଙ୍କା ନେବା ସହ ଗ୍ୟାସ ସିଲିଣ୍ଡର ଓ କିଛି ସାମଗ୍ରୀ ଲୁଟ କରିଥିଲେ । ଏହାକୁ ନେଇ ଦୋକାନୀ ବିଭୁତି ବାଜୁ ଇଟାମାଟି ଥାନରେ ଅଭିଯୋଗ କରିଥିଲେ । ଇଟାମାଟି ଥାନା ପକ୍ଷରୁ କେସ୍ ନଂ -୬୧ରେ ମାମଲା ରୁଜୁ କରି ଉଭୟ ବିଶ୍ଵ ଭୁଷଣ ଓ ନବକଳସକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୧୮୦୦ ଟଙ୍କା ରିକଭରି କରିବା ସହ ଗ୍ୟାସ ସିଲିଣ୍ଡର ଓ କିଛି ଆସବାବପତ୍ର ପୁଲିସ୍ ଜବତ କରିଛି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।