ଜଳ ଯୋଗାଣ ସମସ୍ୟାକୁ ନେଇ ପ୍ରତିବାଦରେ ଗଣିଆ ବ୍ଲକରେ ଦୁଇ ୱାର୍ଡ ବାସୀଙ୍କ ହଟ୍ଟଗୋଳ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ଗଣିଆ ଗ୍ରାମ ପଞ୍ଚାୟତ ଅଧୀନ 2 ଓ 3 ନମ୍ବର ୱାର୍ଡର ଅନୁସୂଚିତ ଜାତି ସାହି , ପାଇକ ସାହି ଓ ବ୍ରାହ୍ମଣ ସାହିର ପ୍ରାୟ 50 ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସାଙ୍ଗରେ ଏକ ଦରଖାସ୍ତ ନେଇ ଆସି ଗୁରୁବାର ପୂର୍ବାହ୍ନରେ ଗଣିଆ ବ୍ଲକରେ ପହଞ୍ଚି ପାନୀୟ ଜଳ ସମସ୍ୟା କୁ କେନ୍ଦ୍ର କରି ହୋ ହାଲା ଓ ହଟ୍ଟଗୋଳ କରିଥିବାର ଦେଖାଯାଇଛି ପଞ୍ଚାୟତର ସେହି ଦୁଇଟି ୱାର୍ଡର 60 ଟି ପରିବାରର ପ୍ରାୟ 200 ରୁ ଅଧିକ ଲୋକ ପାନୀୟ ଜଳ ଉପରେ ନିର୍ଭରଶୀଳ । ସୂଚନା ଥାଉ କି ଉକ୍ତ ଦୁଇଟି ୱାର୍ଡର ମହିଳା ମାନେ ଦୀର୍ଘ 15 ରୁ 20 ଦିନ ହେଲା ପାନୀୟ ଜଳ ଟୋପାଏ ନ ପାଇ ବହୁ ଦୁଃଖ ଦୁର୍ଦ୍ଦଶାରେ ଡ଼ହକ ବିକଳ ହୋଇ ଦିନ କାଟୁଛନ୍ତି ।

କିନ୍ତୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେହେଁ କୌଣସି ସୁଫଳ ନ ପାଇ ପରିଶେଷରେ ବାଧ୍ୟହୋଇ ବ୍ଲକ କୁ ଆସି ଧାରଣାରେ ବସିବା ପାଇଁ ହୋ ହାଲା କରିଥିଲେ । ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ କୌଣସି ଜରୁରୀ କାର୍ଯ୍ୟରେ ନୟାଗଡ଼ ଯାଇଥିବାରୁ ତାଙ୍କରି ନିର୍ଦ୍ଦେଶରେ ଜଳ ଓ ପରିମଳ ବିଭାଗର ଅଧିକାରୀ କନିଷ୍ଟ ଯନ୍ତ୍ରୀ ମହାଶୟ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ । ସମସ୍ତ ଙ୍କୁ ଗଣିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କୁ ଡ଼ାକିନେଇ ଜଳ ସମସ୍ୟାର ସମାଧାନ ପାଇଁ ଆଲୋଚନା କରି ମାତ୍ର ଦୁଇ ତିନି ଦିନ ମଧ୍ୟରେ ଜଳ ଯୋଗାଇ ଦିଆଯିବ ବୋଲି କଥା ଦେଇଥିବାର ସୂଚନା ମିଳିଛି ।

You might also like