ଜାତୀୟ ଆଇନ ସେବା ଦିବସ ପାଳିତ

ସମଗ୍ର ଭାରତ ବର୍ଷ ରେ ନଭେମ୍ବର 9ତାରିଖ କୁ ଜାତୀୟ ଆଇନ ସେବା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ନୟାଗଡ଼ ଜିଲ୍ଲା ଓ ଦୌରା ଜଜଏଲକେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧକ୍ଷ ଶ୍ରୀ ଆନନ୍ଦନାରାୟଣ ମହାରଣା ଙ୍କ ପରାମର୍ଶ କ୍ରମେ ଏନ. ଏସ.ଏମ. ପି ଉଚ୍ଚ ବିଦ୍ୟାଳୟ ନବଘନ ପୁର ରେ ପାଳିତ ହୋଇଛି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ର ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଛାତ୍ର ଛାତ୍ରୀ ମାନଙ୍କୁ ଚଳିତ ବର୍ଷ ର ଜାତୀୟ ଆଇନ ସେବା ଦିବସପାଳନ ପ୍ରସଙ୍ଗ “ସମସ୍ତ ଙ୍କ ପାଇଁ ନ୍ୟାୟ “ଆଇନ ସଚେତନତା ମାଧ୍ୟମ ରେ ନିଷ୍ପେସିତ ଶ୍ରେଣୀ ର ସଶକ୍ତି କରଣ ଜଣାଇଥିଲେ,

ଏହି ପ୍ରସଙ୍ଗ କୁ ନେଇ ଦେଶର ଯେକୌଣସି ନାଗରିକ ଯେକୌଣସି ପୃଷ୍ଟଭୁମି ରୁ ଆସନ୍ତୁ ନା କାହିଁକି ପ୍ରତ୍ୟକ ଙ୍କୁ ମାଗଣା ଆଇନ ସେବା ସହାୟକ ମିଳିପାରିବ ବୋଲି କହିଥିଲେ, ଦଳିତ ମହିଳା, ଭିର୍ନ କ୍ଷମଓ ସଂଖ୍ୟା ଲଘୁ ସମ୍ପ୍ରଦାୟପରି ସମାଜ ର ଦୁର୍ବଳ ଶ୍ରେଣୀ ଲୋକ ଙ୍କଠାରେ ଆଇନଗତ ସଚେତନତା ପହଂଚିବା ଉଦେଶ୍ୟ ରେ ଏକ ରାଲି ର ଶୁଭାରମ୍ଭ କରିଥିଲେ, ଛାତ୍ର ଛାତ୍ରୀ ମାନେ ବିଭିର୍ନ ସ୍ଲୋଗାନ, ପ୍ଲାକାର୍ଡ, ଏବଂ ପତ୍ରିକା ବିତରଣ କରି ସଚେତନତା କରିଥିଲେ, ଉତ୍ସାହ, ଉଦିପନାସହିତ ନବଘନ ପୁର ପଞ୍ଚାୟତ କୁ ସମ୍ପୂର୍ଣ ରାଲି ମାଧ୍ୟମ ରେ ପରିଭ୍ରମଣ କରିଥିଲେ, ପ୍ରଧାନ ଶିକ୍ଷକ ଶ୍ରୀଯୋଗେନ୍ଦ୍ର ନାୟକ, ପ୍ରାଧିକରଣ ସଦସ୍ୟ ମହମଦଓମlର ମଲ୍ଲିକ, ଶିକ୍ଷକ ଶିକ୍ଷୟତ୍ରୀ, ପ୍ରାଧିକରଣ ର ସମସ୍ତ କର୍ମଚାରୀ, ଆଇନ ସହାୟତା କର୍ମୀ, ଏବଂ ଆରକ୍ଷୀ ବନ୍ଧୁମାନେ ସଚେତନତା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଏହାର ବ୍ୟାପକ ସଚେତନ ପାଇଁ ସହଯୋଗ କରିଥିଲେ,

You might also like