ଆଜି 12ଘଟିକା ସମୟ ରେ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ରେ ଖଣ୍ଡପଡା ସହର ସ୍ଥାୟୀ ବାସିନ୍ଧା,, ନାଗରିକ ଓ ଜନ ସାଧାରଣ ଙ୍କ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଙ୍କୁଏତଲା ଦେବା ସହିତ ଦାବି ପତ୍ର ପ୍ରଦାନ କରିଛନ୍ତି,ଅଭିଯୋଗ ଅନୁଯାୟୀଜାତୀୟ ପତାକା କୁ ରାସ୍ତା କଡରେ ଫୋପାଡିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗୁରୁତ୍ୱ ର ସହ ନେଇଛି କଂଗ୍ରେସ, ଖଣ୍ଡପଡା ରେ ଅପରେସନ ସିନ୍ଦୁର ଶୋଭାଯାତ୍ରା ରେ ସ୍ଥାନୀୟ ବିଧାୟକ, ଏନଏସି ଅଧ୍ୟକ୍ଷା ଏବଂ ସରକାରୀ ପଦାଧିକାରୀ ହାତରେ ଜାତୀୟ ପତାକା ଧରି ଦେଶଭକ୍ତି ନିଦର୍ଶନ ସହିତ ସାମିଲ ହେବା ପରେ ଜାତୀୟ ପତାକା କୁ ରାସ୍ତା କଡ, କଲ୍ୟାଣମଣ୍ଡପ ରେ ଫୋପାଡ଼ିଦେବା ଭଳି ସଂଗୀନ ଅପରାଧ ରେ ଜଡିତ ରାଜନେତା ସରକାରୀ ବାବୁ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ,

ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପୀତବାସ ଖୁଣ୍ଟିଆ,ଦଳିତ ନେତା ଶ୍ରୀ ମନୋଜ ନାଏକ ଏବଂ ଶ୍ରୀ ସନ୍ତୋଷ ନାଏକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ ସୁଶ୍ରୀ ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିବା ପରେ ଏହି ଅଘଟଣ ତଦନ୍ତ ପାଇଁ ଅତିରିକ୍ତ ଏସପି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଶାସକ ଦଳର ଦାୟିତ୍ୱସମ୍ପନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତିରେ
ଆମ ଦେଶ ଜାତୀୟ ପତାକା ର ଅସମ୍ମାନ ପ୍ରସଙ୍ଗରେ କଂଗ୍ରେସ ତୀବ୍ର ନିନ୍ଦା କରିଛି l
