ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

୧୧.୭.୨୫ ଓଡ଼ଗାଁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ମୋଟ ୧୬୪ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ସମସ୍ତ ସୁପରଭାଇଜର ଏଥିରେ ଅଂଶଗ୍ରହଣ କରିଥିଲେ ଗତ ତା ୭.୭.୨୫ ରିଖରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି।ପର୍ଯ୍ୟାୟ କ୍ରମେ ଉକ୍ତ ତାଲିମ କାର୍ଯ୍ୟକ୍ରମ ରେ ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ଡ. ମାନସ ରଞ୍ଜନ ଭୋଇ,ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଉପସ୍ଥିତ ଥିଲେ।ସମସ୍ତ ବି ଏଲ୍ ଓ ମାନଙ୍କୁ ସୁପରଭାଇଜର ରଞ୍ଜନ କୁମାର ଦାଶ,ସୁଶେନ୍ଦୁ କୁମାର ଷଡ଼ଙ୍ଗୀ ତାଲିମ୍ ପ୍ରଦାନ କରିଥିଲେ।ଭୋଟର ତାଲିକାରେ ନୂତନ ଭୋଟର ଯୋଗ,ବାଦ,ସଂଶୋଧନ କାର୍ଯ୍ୟ କିପରି ହେବ,,,ପ୍ରବାସୀ ଭାରତୀୟ ଙ୍କ ପାଇଁ କିପରି ଫର୍ମ ପୂରଣ ହେବ,,,ବି ଏଲ୍ ଓ ଆପ୍, ଭୋଟରହେଲ୍ପଲାଇନ୍ ଆପ୍ ଦ୍ୱାରା ଉକ୍ତ କାର୍ଯ୍ୟ କିପରି ସମ୍ପାଦନ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ।

ବି ଏଲ୍ ଓ ମାନେ ନିଜର ଅଭିଜ୍ଞତା ଓ ବର୍ତ୍ତମାନ ତାଲିମ୍ ବ୍ୟବସ୍ଥା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ପରବର୍ତ୍ତୀ ସମୟରେ କିପରି ଏକ ନିର୍ଭୁଲ ଏବଂ ସ୍ୱଚ୍ଛ ଭୋଟରତାଲିକା ପ୍ରସ୍ତୁତ କରି ବ୍ଳକ ରେ ଓ ଜିଲ୍ଲା ର ନାମ ରଖିବେ ସେଥିପାଇଁ ସମସ୍ତେ ଦୃଢ଼ ଶପଥ ନେଇଥିଲେ ।ତାଲିମ୍ କାର୍ଯ୍ୟକ୍ରମ ଶେଷରେ ଏବିଷୟରେ ଲିଖିତ ପରୀକ୍ଷା କରାଯାଇଥିଲା ଏବଂ ଅତିଥି ମାନଙ୍କ ଦ୍ୱାରା ସଭିଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ

You might also like