ଜାତୀୟ ପ୍ରେସ ଦିବସ ପାଳିତ,କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ଉପରେ ଆଲୋଚନା



ନୟାଗଡ଼: ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗଣମାଧ୍ୟମ ପାଇଁ ରହିଥିବା ସୁବିଧା ଏବଂ ଗଣମାଧ୍ୟମର ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ହୁସେନ୍ ଖାନ, ଶୁଭେନ୍ଦୁ କୁମାର ଦାଶ, ରଜତ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ନିଜସ୍ଵ ମତ ରଖିଥିଲେ। ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ବ୍ୟବସ୍ଥା ପାଇଁ ଦାବୀ ରଖା ଯାଇଥିଲା। ଜିଲ୍ଲାପାଳ ଗଣମାଧ୍ୟମ ସହ ଜିଲ୍ଲା ପ୍ରଶାସନ ସହ ସୁସମ୍ପର୍କ ଓ ସହଯୋଗ ବିଷୟ ଉପସ୍ଥାପନ କରିଥିଲେ।

ନୟାଗଡ଼ ଏସପି ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିବା ସହ ଗଣମାଧ୍ୟମ କିଭଳି ବିକାଶ ଓ ଗଠନ ମୂଳକ କାର୍ଯ୍ୟ ପାଇଁ ଉତ୍ତରଦାୟୀ, ସେ ନେଇ ଆଲୋଚନା କରିଥିଲେ। ପୌର ପରିଷଦ ଅଧ୍ୟକ୍ଷା ସାମ୍ବାଦିକଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ସଂପର୍କରେ କହିଥିଲେ। ମୁଖ୍ୟ ଅତିଥି ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିଥିଲେ। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ବୈଦ୍ୟ ଭୂଷଣ ମହାପାତ୍ର, ଲୋକନାଥ ମିଶ୍ର, ଉଦିତ ନାରାୟଣ ଦାଶ, ଅନୀଲ କୁମାର ପଣ୍ଡା, ପୁରୁଷୋତ୍ତମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

You might also like