ଜାମୁକୋଣ ପାହାଡ଼ ବିଜେ ଜଗତଜନନୀ ମା ବୈଷ୍ନୋଦେଵୀ ଙ୍କ ପୀଠ ପରିସରରେ ସାମ୍ବାଦିକ ବନ୍ଧୁ ମାନଂକୁ ସମ୍ବର୍ଦ୍ଧନା

ସୂଚନା ଅନୁସାରେ ଆଜି 1ଘଟିକା ସମୟ ରେଜାମୁକୋଣ ପାହାଡ଼ ରେ ବିଜେ ଜଗତ ଜନନୀମା ବୈଷ୍ନୋଦେବୀ ଙ୍କ ମନ୍ଦିର ପରିସର ରେ ଶ୍ରୀ ମାତା ବୈଷ୍ନୋଦେବୀ ଚାରଟେବୁଲ ଟ୍ରଷ୍ଟ ପକ୍ଷରୁ ନୟାଗଡ଼ ରେ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁ ମାନଂକୁ ସମ୍ବର୍ଦ୍ଧିତ କରାଯାଇଛି, ଏହି ଅବସର ରେ ଟ୍ରଷ୍ଟରସମସ୍ତ ସଦସ୍ୟ ଉପସ୍ଥିତଥିବା ବେଳେ ସାମ୍ବାଦିକ ବନ୍ଧୁ ମାନଙ୍କ ଗହଣ ରେ ମା ଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା, ଏଥି ସହିତ ମନ୍ଦିରରପ୍ରତିଷ୍ଠାତା ଉପସ୍ଥିତ ଥିଲେ, ଏହି ପୁସ୍ତକ କୁ ବରିଷ୍ଠ ସାମ୍ବାଦିକ, ପ୍ରଦୀପ୍ତ ରଥ, ଅନିଲ କୁମାର ପଣ୍ଡା, ଙ୍କ କରକମଳ ରେ ଉନ୍ମୋଚନ ହୋଇଥିଲା, ସମସ୍ତ ସଦସ୍ୟ ଓ ସାମ୍ବାଦିକ ବନ୍ଧୁ ଙ୍କ ଗହଣ ରେ ମନ୍ଦିରର ଉର୍ନତି ମନ୍ଦିର ର କାର୍ଯ୍ୟକଳାପ କୁ ନେଇ ଆଲୋଚନା କରାଯାଇଥିଲା,

ଆଲୋଚନା ର ସର୍ବ ଶେଷ ରେ ଟ୍ରଷ୍ଟ ପକ୍ଷରୁ ଧନ୍ୟ ବାଦ ଅର୍ପଣ କରାଯାଇଥିବା ବେଳେ, ନୟାଗଡ଼ରେ କାର୍ଯ୍ୟ ରତ ସାମ୍ବାଦିକ ବନ୍ଧୁ ମାନଂକୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ପ୍ରଦୀପ୍ତ ରଥ, ଅନିଲ କୁମାର ପଣ୍ଡା, ଚିତ୍ତରଞ୍ଜନ ପାଷା, ଅଶୋକ ସାଥୁଆ, ମହେଶ ମିଶ୍ର, ଦେବ ବ୍ରତ ନାୟକ, ବିଶ୍ୱଭୁଷଣ ମହାପାତ୍ର, ଯଯାତି ମହାପାତ୍ର, ଜିତୁନ କୁମାର ମହାପାତ୍ର, ବିକ୍ରମ ସ୍ୱାଇଁ, ରସାନନ୍ଦ ସ୍ୱାଇଁ, ବିଶ୍ଵନାଥ ବେହେରା,ବିଷ୍ଣୁ ଚରଣପଟ୍ଟନାୟକ, ରଞ୍ଜନ ବେହେରା ପ୍ରମୁଖ ଟ୍ରଷ୍ଟ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ

You might also like