ଜିଲସ୍ତରୀୟମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ,ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା ପୁରସ୍କାର ପ୍ରଦାନ

ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ସ୍ତରୀୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଦି ନୟାଗଡ଼ ଷ୍ଟାଡିଅମ ଠାରେ ଉଦଘାଟିତ ହୋଇଛି, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ,, ଲୋଳ ସୂଚନା ସମ୍ପର୍କ ଅଧିକାରୀ, ସୁରେନ୍ଦ୍ର କୁମାର ସାହୁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥଲେ,

ଏହି ଅଧିବେଶନ କୁ ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ସଭାପତି ପ୍ରମୁଖ ଉଦଘାଟନ କରିଥିଲେ, ମାଛ ଚାଷ ଠାରୁ ଆରମ୍ଭ କରି କୁକୁଡ଼ା, ଗାଇ ସମେତ ବିଭିର୍ନ ଚାଷ କ୍ଷେତ୍ର ରେ ସରକାରଙ୍କ ଠାରୁ ସବସିଡି ନେଇ ସଫଳ ହୋଇଥିବା ଚାଷୀଙ୍କୁ ସମ୍ବର୍ଦ୍ଧିତ ସମେତ, ଆର୍ଥିକପୁରସ୍କାର ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା,

ବାୟୋଫ୍ଲକ ପଦ୍ଧତି ରେ ସଫଳ ମାଛ ଚାଷୀ ଭାବେ ମିଥୁନ କୁମାର ମିଶ୍ର, ମସ୍ଚ୍ୟ ପୋଖରୀ ନିମନ୍ତେ ଗଣିଆ କରଡ଼ାପଡା ର ଶ୍ରୀଦେବୀ ସାହୁ, ନୟାଗଡ଼ ର ପ୍ରମୋଦ କୁମାର ତ୍ରିପାଠୀ, ତାପସ ରଞ୍ଜନ ପାଢ଼ୀ, ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ଙ୍କୁ ବିଭିର୍ନ ଚାଷ ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା, ମସ୍ଚ୍ୟ ଚାଷୀଙ୍କର ମେଧାବୀ ପିଲାଙ୍କୁମଧ୍ୟ ପୁରସ୍କୃତ କରାଯାଇଥିଲା

You might also like