ଜିଲାପରିଷଦ ଡିପିଆରସି ସମ୍ମିଳନୀ କକ୍ଷ ରେ ଯଶୋଦା ଯୋଜନା ଓ ଶିଶୁସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ.
ଜିଲାପରିଷଦ କାର୍ଯ୍ୟାଳୟ ଡିପିଆରସି ସମିଳନୀ କକ୍ଷରେଆଜି 10ଘଟିକା ସମୟ ରେ 60ଜଣ ବିଭିନ୍ନ ଡିଗ୍ରୀ କଲେଜ ର ଅଧକ୍ଷ୍ୟ ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟ କ୍ରମ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ ଅଧକ୍ଷତାରେ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ର ମେମ୍ବର ଶ୍ରୀଯୁକ୍ତ ପ୍ରକଶ ଗୋଛାୟତ ଅତିଥି ଭାବେ ଯୋଗା ଦେଇଥିଲେ ଓ ପ୍ରଶାନ୍ତ କୁମାର ପାଲଟାସିଂ ତାଲିମି ଦାତା ଭାବେ ଯଶୋଦା ଯୋଜନା ଓ ବାଲ୍ୟ ବିବାହ,ଶିଶୁଚାଲଣ,ଶିଶୁ ଯୌନ ଅଧିନିୟମ ଅଧିକାର ବିଷୟରେ ଓ ଶିଶୁ ସୁରକ୍ଷା ଅଧିନିୟମ ଉପରେ ବିସ୍ତୁତ ଭାବେ କଲେଜ ର ଅଧକ୍ଷ୍ୟ ମାନଙ୍କୁ ତାଲିମି ଦେଇଥିଲେ,ବିଭିନ୍ନ କଲେଜ ରେ କିପରି ଶିଶୁ ମାନେ ସୁରକ୍ଷିତ ମଣିବେ ଓ ବିଭିନ୍ନ ଯୋଜନା କିପରି ସରକାରଙ୍କ ଦ୍ୱାରା ପାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା.

ବିଭିନ୍ନ କଲେଜ ର ଅଧକ୍ଷ୍ୟ ମାନେ ଶିଶୁ ସୁରକ୍ଷା ସଭଧୀୟ ତାଲିମି ଦାତାଙ୍କ ଠାରୁ ବିଭିନ୍ନ ନିୟମ ଉପରେ ବୁଝି ବାକୁ ଚେଷ୍ଟା କରିଥିଲେ ଓ କିପରି କଲେଜ ମାନଙ୍କରେ ପିଲା ମାନେ ସୁରକ୍ଷା ପାଇ ପାରିବେ ସେ ଦିଗରେ କଲେଜ ର ଅଧକ୍ଷ୍ୟ ମାନେ ବୁଝି ଥିଲେ.
ଏହି କାର୍ଯ୍ୟ କ୍ରମକୁ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଦାସ ପରିଚାଳନା କରିଥିଲେ,ଓ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରି କର୍ମକର୍ତା ,ଚାଇଲଡ ଲାଇନ କର୍ମକର୍ତା, ବିଭିନ୍ନ ଶିଶୁ ଅନୁଷ୍ଠାନ ର କର୍ମ କର୍ତା ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ.ପରିଶେଷରେ ଅଣ ଅନିଷ୍ଠାନିକ ଅଧିକାରିଣୀ ଶୈଳବାଳା ଦାସ ସଭାକାର୍ଯ୍ୟକୁ ଧନ୍ୟବାଦ ଅର୍ପଣ କରିଥିଲେ.