ନୟାଗଡ଼ ସହର ମଧ୍ୟ ରେ ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସହର ମଧ୍ୟ ଦେଇ ନଯିବା ସମ୍ପର୍କ ରେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ନୟାଗଡ଼ ପୌରପରିଷଦ ସଭ୍ୟ ଓ ସଭ୍ୟା, ପ୍ରକଳ୍ପ ର ପାଇପ ଲାଇନ ନୟାଗଡ଼ ସହର ମଧ୍ୟ ଦେଇ ଯାଉଥିବାରୁ ଅନେକ ଅସୁବିଧା ସୃଷ୍ଟି ହେବ ବୋଲି ଆଶଙ୍କା କରିଛନ୍ତି, ଏଥି ସହିତ ନୟାଗଡ଼ ସହର ର ସୌନ୍ଦର୍ଯ୍ୟ କରଣ ନଷ୍ଟ ହେବାର ସମ୍ଭlବନା ରହିଛି, ସୂଚନା ଅନୁସାରେ ଡ୍ରେନ ଗୁଡିକ ଅବରୋଧ ହୋଇଯିବ, ସବୁଦିନ ପାଇଁ ସମସ୍ୟା ସୃଷ୍ଟି ହେବ ବିଦ୍ୟୁତ ଖୁଣ୍ଟ ଉଠାଇବାରେ ବାଧା ପ୍ରାପ୍ତ ହେବ ଘଣ୍ଟା ଘଣ୍ଟା ଓ ଦିନ ଦିନ ଧରି ବିଦ୍ୟୁତ ପ୍ରବାହ ବନ୍ଦ ହୋଇଯିବ,ସହରାଞ୍ଚଳ ରେ ବିଛା ଯାଇଥିବା ପାନୀୟ ଜଳ ପାଇପ ଗୁଡିକ ନଷ୍ଟ ହୋଇଯିବ, ପିଏଚଡି ଵିଭାଗ ଦ୍ୱାରା ପାଇପ ଲାଇନ ଜରିଆରେ ପାନୀୟ ଜଳ ଯୋଗାଣ ରେ ବାଧା ସୃଷ୍ଟି ହେବ, ସହରାଞ୍ଚଳ ରେ ବହୁ ମୂଲ୍ୟ ରେ ଖର୍ଚ୍ଚ ହୋଇଥିବା ରାସ୍ତା କଡର ପେଭର,ପେଭର ବ୍ଳକ ଗୁଡିକ ନଷ୍ଟ ହୋଇଯିବ, ମାଟି ତଳେ ଯାଇଥିବା ଟେଲିଫୋନ କେବୁଲ ଗୁଡିକ ନଷ୍ଟ ହୋଇଯିବ,ମୁଖ୍ୟ ରାସ୍ତା ରୁ ପ୍ରତ୍ୟକ ୱାର୍ଡ଼ ର ଗଳି ରାସ୍ତା କୁ ଯାଇଥିବା ପାନୀୟ ଜଳ ପାଇପ ଗୁଡିକ ନଷ୍ଟ ହୋଇଯିବ, ନୂତନ ଭାବେ ନିର୍ମିତ ମୁଖ୍ୟ ରାସ୍ତା ଗୁଡିକ ନଷ୍ଟ ହୋଇଯିବ, ସହର ମଧ୍ୟ ଦେଇ ବଡ଼ ବଡ଼ ପାଇପ ଲାଇନ ଯିବା ଦ୍ୱାରା ଛକ ଜାଗା ଗୁଡିକ ରେ, ଜୟଣ୍ଟ ପାଇପ ଜାଗା ଗୁଡିକ ରେ ଲିକେଜ ହୋଇ ତିଆରି ହୋଇଥିବା ରାସ୍ତା ଗୁଡିକ ସମ୍ପୂର୍ଣ ନଷ୍ଟ ହୋଇଯିବା ସଂଗେ ସଂଗେ କୁତ୍ରିମ ବନ୍ୟା ସୃଷ୍ଟି ହେବ,
ନୟାଗଡ଼ ସହର ର ମୁଖ୍ୟ ରାସ୍ତା ଅଣ ଓସାରିଆ ହୋଇଥିବାରୁ, ବଡ଼ବଡ଼ ପାଇପ ଲାଇନ ପକାଇବା ଦ୍ୱାରା ସବୁବେଳ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ, ଏହାର ସମାଧାନ ପାଇଁ ବଡ଼ ପାଇପ ଲାଇନ କୁ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ର ବୋଦାପଡା ଗ୍ରାମ ଠାରୁ ଗତି ପରିବର୍ତ୍ତନ କରି ସହର ବାହାର ଦେଇ ଏନଏଚ ବାଇପାସ କଡେ କଡେ ପାଇପ ଲାଇନ ଗୁଡିକ ନିଆ ଗଲେ କୌଣସି ଆସିବିଧା ସୃଷ୍ଟି ହେବ ନାହିଁ,ବୋଲି ପୌରପରିଷଦ ପକ୍ଷ ରୁ ଦାବି କରାଯାଇଛି, ପୌରଧକ୍ଷା ନିରୁପମା ଖଟେଇ ଙ୍କ ସମେତ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ସୁଶାନ୍ତ କୁମାର ଦାସ ଗୀତାଞ୍ଜଳି ସ୍ୱାଇଁ, ସ୍ୱୟଂ ପ୍ରଭା ମିଶ୍ର, ଲକ୍ଷ୍ମୀଧର ମହାପାତ୍ର ଓ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ