ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଦିବା 12ଘଟିକା ସମୟ ରେ ଅଚାନକ ଓଡ଼ଗାଁ ବ୍ଳକ ସୋଲପଟା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରିଥିଲେ,, ପ୍ରଥମେ ତୃତୀୟ ଶ୍ରେଣୀ ପ୍ରବେଶ କରି ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ, ବିୟୋଗ, ଓ ଗୁଣନ ସମ୍ବନ୍ଧୀୟ ସରଳ ପ୍ରଶ୍ନ ମାନ ପଚାରିଥିଲେ ଓ ସେମାନଙ୍କ ଠାରୁ ସଠିକ ଉତ୍ତରପାଇ ଖୁସି ବ୍ୟକ୍ତ କରିଥିଲେ,ଏହା ପରେ ଦ୍ୱିତୀୟ ଶ୍ରେଣୀ କୁ ଯାଇ ପିଲାମାନଙ୍କୁ ବିଭିର୍ନ ପ୍ରଶ୍ନ ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟ ରେ ପଚାରି ବୁଝି ଥିଲେ,ଦ୍ୱିତୀୟ ଶ୍ରେଣୀ ର ଜଣେ ଛାତ୍ରୀ ଜାତୀୟ ସଂଗୀତ ସଠିକ ଭାବେ ଗାନ କରିବାରୁ ଜିଲାପାଳ ଶ୍ରୀ ଅଗ୍ରୱାଲ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ, ତତ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଶିକ୍ଷା ର ବିଭିର୍ନ ଦିଗ ଉପରେ ଆଲୋଚନା କରିଥିଲେ, ଏହା ପରେ ଦଶମ ଶ୍ରେଣୀକୁ ଯାଇ ଇ ଲାଇବ୍ରେରୀ, କମ୍ପୁଟର ଶିକ୍ଷା, ଉପରେ ବିଭିର୍ନ ପ୍ରଶ୍ନ ପିଲାମାନଙ୍କୁ ପଚାରି ଥିଲେ, ପିଲା ମାନଙ୍କୁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ,ଇଂରାଜୀ, ବ୍ୟାକରଣ ବିଷୟ ରେ ବିଭିର୍ନ ପ୍ରଶ୍ନ ପଚାରିବା ସହ ସ୍ମାର୍ଟ ବୋର୍ଡ ରେ ବୁଝାଇ ଥିଲେ, ଏହା ପରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଚନ୍ଦ୍ର ଶେଖର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ,
ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନେ ଗୋଟିଏ କୋଠରୀ ରେ ବସି ଥିବା ଦେଖି ସେମାନଙ୍କୁ ଛୋଟ ଛୋଟମିଶାଣ, ଓ ଫେଡ଼ାଣ ପଚାରି, ସଠିକ ଉତ୍ତର ପାଇଥିଲେ,ପଞ୍ଚମ ଶ୍ରେଣୀ ରେ ପ୍ରବେଶ କରି ସେଠାରେ ପ୍ରାଥମିକ ଚିକିତ୍ସା ଉପରେ ପାଠ ପଢ଼ାଯାଉଥିବାର ଦେଖି ଏହା ଉପରେ ବିଭିର୍ନ ପ୍ରଶ୍ନ ପଚାରିଥିଲେ,
ପିଲାମାନଙ୍କ ର ସାଧାରଣ ଜ୍ଞାନ, ପରୀକ୍ଷା କରିବାକୁ ଯାଇ ଆମ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ, ଦେଶ ର ପ୍ରଧାନ ମନ୍ତ୍ରୀ, ଜାତିର ଜନକ, ଦେଶ ର ରାଷ୍ଟ୍ରପତି ଙ୍କ ନାମ ପିଲା ମାନଙ୍କୁ ପଚାରିଥିଲେ, ପରେ ପରେ ପିଲାମାନଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ, ଏହି ପରିଦର୍ଶନ ରେ ଜିଲାପାଳଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରିଣୀ, ଶ୍ରମତୀ ରାଜଶ୍ରୀ ପଟ୍ଟନାୟକ, ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ, ଶ୍ରୀ ନିମେଇ ଚରଣ ପ୍ରଧାନ, ଡେପୁଟି କଲେକ୍ଟର,ତପତି ରାଜ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ,