ନୟାଗଡ଼ ରେ ଆଖିବୁଜା ଧାନ କାଟକୁ ନେଇ ଜିଲ୍ଲା ପାଳଙ୍କ ଅଫିସ ପରିସର ରେ ଉତ୍ୟକ୍ତ ହୋଇଥିଲେ ଚାଷୀ, ମୁଣ୍ଡ ରେ ଝାମ୍ପି, ହାତରେ ଲଙ୍ଗଳ ଓ ଲାଠି ଧରି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ ଚାଷୀ, ପ୍ରତି ମଣ୍ଡିରେ 7ରୁ 11କେଜି ପର୍ଯ୍ୟନ୍ତ ମନମୁଖୀ କାଟ ବିରୁଦ୍ଧରେ ତଥା ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ନାରାବାଜି କରିଥିବା ବେଳେ ଜିଲ୍ଲା ସଂଯୋଜକ ପ୍ରଶନ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ରାଜ୍ୟ ସଂଯୋଜକ ଶେଷ ଦେବ ନନ୍ଦ ଯୋଗ ଦେଇ ଜିଲାପ୍ରଶାସନ ଉପ ରେ ବର୍ଷିଥିଲେ,ଓ ଜିଲ୍ଲା ପ୍ରଶାସନ କୁ ସମାଲୋଚନ କରି କହିଥିଲେ ଜିଲ୍ଲା ସାରା ସମବାୟ ସମ୍ପାଦକତୃଣ ମୂଳ ନେତା ପ୍ରଚାର କରିଛନ୍ତି ଯେ ନୟାଗଡ଼ ରେ ସାଧାରଣ ମାନ ର ଧାନ ନାହିଁ,ଏହି ବାହାନା ରେ ଚାଷୀ ଙ୍କ ସଫା ଶୁଖିଲା ସାଧାରଣ ଧାନ ମାନ ଉପରୁ ଶହଶହ କୋଟି ଟଙ୍କାର ଧାନ କାଟି ନିଆ ଯାଉଛି,

ଜିଲାପାଳ, ଉପଜିଲାପାଳ, ଯୋଗାଣ ଅଧିକାରୀ, ସମବାୟ ଶହ ନିବନ୍ଧକ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁନାହାନ୍ତି, ଯୋଗାଣ ବିଭାଗ ସ୍କ୍ୱାଡ଼ ମଣ୍ଡି ପରିଦର୍ଶନ ରେ ଯାଉ ନାହାନ୍ତି, ଯେଉଁ ଚାଷୀ ଧାନ କାଟ ଦେବ ନାହିଁ ବୋଲି ପ୍ରତିବାଦ କରୁଛି ତାଙ୍କୁ କୁହାଯାଉଛି ତମ ଧାନ ନୟାଗଡ଼ ରେ ଟେଷ୍ଟିଙ୍ଗ ହେବ, ଜିଲାପ୍ରଶାସନ ତୁରନ୍ତ ଏହି ବ୍ୟବସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ, ଜିଲ୍ଲା ସଭାପତି ରଂଜିତ ଦଳବେହେରା, ବାଇନାଥ ସାହୁ, ମାଳିସାହି ମଣ୍ଡି, ଚକ୍ରଧର ପ୍ରସାଦ ମଣ୍ଡି ନିର୍ଦିଷ୍ଟ କେତେକ ମଣ୍ଡି ର ଅଭିଯୋଗ ଦେଇ ଥିଲେ, ଅନିୟମିତତା ବିରୁଦ୍ଧରେ ଅଭିଯୋଗ ର ତଦନ୍ତ ପାଇଁ ପ୍ରଶାସନିକଅଧିକାରୀ ମାନେ ପ୍ରତିଶୃତି ଦେଇ ଥିଲେ, ଯୁବଛାତ୍ର ସଭାପତି ମନୱାର ଅଲ୍ଲୀ, କହିଥିଲେ ଏହି ଆନ୍ଦୋଳନ ସାଂକେତିକ ଆନ୍ଦୋଳନ, ଯଦି ପ୍ରଶାସନ ପ୍ରତିଶୃତି ମୁତାବକ କାର୍ଯ୍ୟ ନକରେ ତେବେ ଜୋରଦାର ଆନ୍ଦୋଳନ ହେବ,

ନୟାଗଡ଼ ରେ ସାଧାରଣ ଧାନ ମାନ ନାମରେ ଯେଉଁମାନେ ଆତଙ୍କ ଖେଳାଉଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ, ଆଜି ର ସଭାରେ ଅନ୍ୟ ମାନଙ୍କ ମଧ୍ୟ ରେ ରଣପୁର ସଂଗଠକ ଅଜୟ ମହାନ୍ତି, ଭାଗବତ ପରିଡା, ଦଶପଲ୍ଲା ର ସମରଣା ନାୟକ,ଶିଶିର ଭଞ୍ଜ, ବିନୋଦ ପ୍ରଧାନ, ରବୀନ୍ଦ୍ର ବରାଳ, ଉଚ୍ଚବ ଚରଣ ସ୍ୱାଇଁ, ବୈକୁଣ୍ଠ ସାହୁ,ସଂକର୍ଷଣ ବରାଳ, ଛାଟିଆ ବେହେରା ପ୍ରମୁଖ ଯୋଗ ଦେଇ ଥିଲେ, ଉପଜିଲ୍ଲାପାଳ ମଣ୍ଡି ରେ ଧାନ କାଟ ହେଉନି ବୋଲି କହିବାରୁ ଚାଷୀ ମାନେ ଉତ୍ୟକ୍ତ ହୋଇ ଉପ ଜିଲ୍ଲା ପାଳଙ୍କୁ ଘେରାଉ କରିଥିଲେ, ଏହା ପରେ ଉପ ଜିଲାପାଳ ଆଉ ଠାରେ ମଣ୍ଡି ରେ କାଟ ହେଲେ କାର୍ଯ୍ୟାନୁଷ୍ଠାନହେବ ବୋଲି ଗଣମାଧ୍ୟମ ରେ କହିଥିଲେ,