ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ସ୍ୱଛତାହିଁ ସେବା କାର୍ଯ୍ୟକ୍ରମ, ଝାଡୁ ଧରିଲେ ଜିଲାପାଳ

ସୂଚନା ଅନୁସାରେ ଗତ ସେପ୍ଟେମ୍ବର 17ତାରିଖ ରୁ ଆରମ୍ଭ ହୋଇଛି ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଜାରି ରହିବ, ପୌର ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ନୟାଗଡ଼ ଜିଲାପାଳ ଙ୍କ କାର୍ଯ୍ୟା ଳୟ ପରିସର ରେ ସକାଳ 10ଘଟିକା ସମୟ ରେ ଅନୁଷ୍ଠିତ ହୋଇଛି, ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନିଜେ ଝାଡୁ ଧରି ସଫେଇ କାର୍ଯ୍ୟ ରେ ସାମିଲ ହୋଇଛନ୍ତି, ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ବିଭିର୍ନ ସ୍ଥାନ ରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି,

ଏଥି ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ, ଉପଜିଲାପାଳ କର୍ଣଦେବ ସମାଦାର, ଯୋଗାଣ ଅଧିକାରୀ, ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ପୌର ଉପାଧକ୍ଷ ଗୁରୁପ୍ରସାଦ ଜେନା, କାଉନ ସିଲର ଜାନକୀ ବଲ୍ଳଭ ଜେନା, ପୌର ନିର୍ବାହୀ ଅଧିକାରୀ ସ୍ନେହ ଲତା ଆଚାର୍ଯ୍ୟ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଓ ସଫେଇ କର୍ମଚାରୀ ମାନେ ସାମିଲ ଥିଲେ, ସ୍ୱଛତା ହିଁ ସେବା ଉପଲକ୍ଷେ ଏକ ସଚେତନ ବାର୍ତା ନାଟକ ମାଧ୍ୟମ ରେ ପରିବେଷଣ କରାଯାଇଥିଲା

You might also like