ଜିଲାପାଳଙ୍କ ସଭାଗୃହ ରେ ରେଡ କ୍ରସ ଦିବସ ପାଳିତ ସହନୟାଗଡ଼ ଶାଖା ରେଡ କ୍ରସ ପକ୍ଷରୁ ଶୋଭା ଯାତ୍ରା ସହ ରକ୍ତ ଦାନ ଶିବିର ଅନୁଷ୍ଠିତ
ପ୍ରତିବର୍ଷ ମେ’ ୮ ତାରିଖକୁ ସାରା ବିଶ୍ବରେ ରେଡ୍କ୍ରସ୍ ଦିବସ ଭାବେ ପାଳନ କରାଯାଏ। ଏହି ଅବସର ରେ ଆଜି 9ଘଟିକା ସମୟ ରେ ଜିଲ୍ଲାପାଳ ଙ୍କ ସଭାଗୃହ ରେ ନୟାଗଡ଼ ଶାଖା ରେଡ କ୍ରସ ପକ୍ଷରୁ ରେଡ କ୍ରସଦିବସ ପାଳିତ ହେବା ସହିତ ଶୋଭା ଯାତ୍ରା, ବଜାର ପରୀକ୍ରମା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି, ଅତିରିକ୍ତ ଜିଲାପାଳ ରୋଜିନା ଦାସ ଙ୍କ ସଭାପତିତ୍ବ ରେ ସଭାଅନୁଷ୍ଠିତ ହୋଇଥିବା ବେଳେ ସଭାରେ ମନୀଷା ଗୁପ୍ତା,, ପୁଷ୍ପା ନୀଳିମା ଲାକ୍ରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଡାକ୍ତର ପୀତବାସ ନାୟକ,ରେଡ କ୍ରସ ଶାଖା ର କନଭେନରସୁନିତା ରାଣୀ ମହାପାତ୍ର ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହିତ ଅନ୍ତର୍ଜାତୀୟ ରେଡ୍କ୍ରସ୍ ଓ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ସମସ୍ତେ ମାନବିକ କାର୍ଯ୍ୟକୁ ପ୍ରାଥମିକତା ଦେବା ଲାଗି ଏହି ଦିବସର ପରିକଳ୍ପନା କରିଥିଲେ,ସମାଜ ପ୍ରତି ରେଡ୍କ୍ରସ୍ର ଅବଦାନକୁ ସ୍ମରଣ କରିବା ଲାଗି ଏହାର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଜନ୍ ହେନେରି ଡୁରାଣ୍ଟଙ୍କ ଜନ୍ମ ଦିନ ମେ’ ୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଇଣ୍ଟରନ୍ୟାସନାଲ କମିଟି ଅଫ୍ ରେଡ୍କ୍ରସ୍ ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ତଥା ଯୁଦ୍ଧ ବନ୍ଦୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଏହା ଆଇନ ସହାୟତା ମଧ୍ୟ ଯୋଗାଇ ଦେଇଥାଏ ବୋଲି କହିଥିଲେ,ଓ ରେଡ୍କ୍ରସ୍ର ମୁଖ୍ୟାଳୟ ସ୍ବିଜରଲ୍ୟାଣ୍ଡର ଜେନେଭାରେ ରହିଛି। ପ୍ରଥମ ବିଶ୍ବଯୁଦ୍ଧ ପରେ ବିଶ୍ବକୁ ଏକତା ସୂତ୍ରରେ ବାନ୍ଧି ରଖିବା ଓ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ‘ରେଡ୍କ୍ରସ୍ ଟ୍ରୁସ୍’ ଅଭିଯାନ ଆରମ୍ଭ କରାଯାଇଥିଲା। ସରକାରୀ ସ୍ତରରେ ରେଡ୍କ୍ରସ୍ ଦିବସର ନାମ ବହୁବାର ପରିବର୍ତ୍ତନ କରାଯିବା ପରେ ୧୯୮୪ରେ ‘ୱାର୍ଲଡ୍ ରେଡ୍କ୍ରସ୍ ଆଣ୍ଡ୍ ରେଡ୍କ୍ରିସେଣ୍ଟ ଡେ’ ରଖାଯାଇଥିଲା, ଯାହା ଏବେ ଏହି ନାମରେ ପାଳନ କରାଯାଉଛି।

ହେନେରି ଡୁନାଣ୍ଟ ପିଲାଟି ଦିନରୁ ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ। ସେ ମୃତ୍ୟୁ ପର୍ଯ୍ୟନ୍ତ ସମାଜସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣାରେ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସେ ରେଡକ୍ରସ୍ ଗଠନ କରିଥିଲେ। ୧୯୦୧ରେ ପ୍ରଥମେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା। ଭାରତରେ ୧୯୨୦ ମସିହାରେ ଦିଲ୍ଲୀଠାରେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡ୍କ୍ରସ୍ର ସ୍ବେଚ୍ଛାସେବୀମାନେ ସେବା କରିଆସୁଛନ୍ତି। ରେଡକ୍ରସ୍ ଦ୍ବାରା ବିଶ୍ବର ପ୍ରଥମ ବ୍ଲଡ୍ ବ୍ୟାଙ୍କ ୧୯୩୭ରେ ଆମେରିକାରେ ଖୋଲାଯାଇଥିଲା। ମାନବ ସେବାକୁ ସମର୍ପିତ ରେଡ୍କ୍ରସ୍କୁ ଏହାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୯୧୭, ୧୯୪୪ ଏବଂ ୧୯୬୩ରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବରୁ ଯୁଦ୍ଧ ସମୟରେ ଆହତ ଓ ରୋଗଗ୍ରସ୍ତ ସୈନିକ ଓ ଯୁଦ୍ଧବନ୍ଦୀକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ରେଡ୍କ୍ରସ୍ର କାମ ଥିଲା। ଏବେ କିନ୍ତୁ ବିଶ୍ବର କୌଣସି ସ୍ଥାନରେ ଭୂମିକମ୍ପ, ବନ୍ୟା, ଭୂସ୍ଖଳନ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ଦେଖାଗଲେ ସର୍ବପ୍ରଥମେ ରେଡ୍କ୍ରସ୍ ସୋସାଇଟିର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥାଏ। ପ୍ରତିବର୍ଷ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ଏକ ଶିରୋନାମା ଘୋଷଣା କରାଯାଇଥାଏ। ଚଳିତବର୍ଷର ଶିରୋନାମା ହେଉଛି ‘‘Keeping Humanity Alive’’।ଘୋଷଣା କରିଥିଲେ, ସମସ୍ତ ସଦସ୍ୟ ଙ୍କ ସହ ନର୍ସିଙ୍ଗ କର୍ମଚାରୀ ଉପସ୍ଥିତ ଥିବା ବେଳେଶାଖା ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା