ଜିଲ୍ଲାଆଇନ ସେବା ପ୍ରାଧିକରଣ ତରଫରୁ ଡି.ପି. ଆର. ସି ସମ୍ମିଳନୀ କକ୍ଷ ରେ ପ୍ୟାନେଲ ଓକିଲ, ଓ ସରକାରୀ କର୍ମଚାରୀ ଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜିଲାପରିଷଦନୟାଗଡ଼ ଙ୍କ ଡିପିଆର ସି ସମ୍ମିଳନୀ କକ୍ଷ ରେ ଆଜି 10ଘଟିକା ସମୟରେପ୍ୟାନେଲ ଓକିଲ, ପୋଲିସ ଅଧିକାରୀ, ଜଙ୍ଗଲ ବିଭାଗଅଧିକାରୀ, ଅବକାରୀ ବିଭାଗ ର ଅଧିକାରୀ ମାନଂକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି, ଏହି ଶିବିର କୁ ମୁଖ୍ୟ ଅତିଥି ସଚିବ ଅଞ୍ଜଳି ମଛ ଖଣ୍ଡ ଉଦଘାଟନ କରି ଓଡିଶା ଉଚ୍ଚ ନ୍ୟାଳୟ ଙ୍କ ଭିସି ନିୟମ 2020 ଉପରେ ବିସ୍ତୃତ ଭାବରେ ଆଲୋକ ପାତ କରିଥିଲେ, ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ ଦେୱାନୀ ପ୍ରଣାଳୀ ଓ ମଧ୍ୟସ୍ତତାଆଇନ 2007ଉପରେ, ତଥା ବରିଷ୍ଠ ଅଧି ବକ୍ତା ରମେଶ ଚନ୍ଦ୍ର ମହାରଣା ଫୌଜଦାରି ଆଇନ 1997ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023ରେ ମୁଦାଲା ମାନଙ୍କ ଅଧିକାର ଉପରେ ଆଲୋକ ପାତ କରିଥିଲେ, ତତ ସହିତ ସରକାରୀ ଓକିଲ ଆକାଶ ଦାସ, ସୁଭାସ ଆପ ଦ୍ୱାରା ଇଂରାଜୀ ବିଚାର କୁ ଓଡ଼ିଆ ମାତୃଭାଷା ରେ ପ୍ରକାଶ ପ୍ରକ୍ରିୟା ଉପରେଆଲୋକ ପାତ କରିଥିଲେ, ଉକ୍ତ ତାଲିମ ଶିବିର ସଫଳ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧିକାର ମିତ୍ର ପ୍ରଫୁଲ କୁମାର ବେହେରା, ଲିପ୍ସା ଦାସ,, ସୋନାଲି ପଟ୍ଟନାୟକ, ଶୁଭସ୍ମିତା ମିଶ୍ର,, ପ୍ରମୋଦ ମହାନ୍ତି, ଙ୍କ ସମେତ ସମସ୍ତ ଅଧିକାର ମିତ୍ର, ଓ ଆଇନ ସେବା ପ୍ରାଧିକରଣ କର୍ମଚାରୀ, ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ସୂଚନା ମିଳିଛି

You might also like